କାଶୀନଗର (୪/୪ ଆପ୍ର): ଓଡିଶା ସରକାର ଓଡିଶା ଦିବସରୁ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି ସ୍ୱାଗତ ଯୋଗ୍ୟ, ହେଲେ ଏଯାଏଁ ଉନ୍ମୋଚିତ ହେଲା ନାହିଁ ପାରଳା ବୀରଙ୍କ ପ୍ରତିମୂର୍ତ୍ତୀ |
ବହୂ ଦାବୀ ପରେ, କାଶୀନଗର ଜନ ସାଧାରଣଙ୍କ ଦାବୀ ଓ ଗଜପତି ପାଠାଗାର ଓ ବଂଶଧରା ପାଠାଗାର ର ବହୂ ପତ୍ର ଯୁଦ୍ଧ ପରେ, କାଶୀନଗର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ସାମ୍ନାରେ ପାରଳା ବୀର ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହାରାଜାଙ୍କ ପୁର୍ଣ ବ୍ରୋଞ୍ଜ ମୂର୍ତ୍ତୀ ସ୍ଥାପନ ହେଲା | ଚାଁହୁ ଚାଁହୁ ଚାରିମାସ ବିତିଗଲାଣି, କିନ୍ତୁ ମହାରାଜାଙ୍କ ମୂର୍ତ୍ତୀ ଉନ୍ମୋଚିତ ହେଲନାହିଁ | ଓଡ଼ିଆ ଲୋକେ ଚାଁହୁଥିଲେ ଚଳିତ ଏପ୍ରିଲ ପହିଲା ଓଡିଶା ଦିବସରେ ମୂର୍ତ୍ତୀ ଉନ୍ମୋଚିତ ହେବ, କିନ୍ତୁ ଏହା ହେଲା ନାହିଁ | କାଶୀନଗର ସହରର ଦଶ ଗୋଟି ୱାର୍ଡ ପୁରୁଣା ଗ୍ରାମରେ ରହିଛି | ଅଧା ରୁ ଅଧିକ ଜନ ସଂଖ୍ୟା ମଧ୍ୟ ଏହି ୧୦ଟି ୱାର୍ଡରେ ରହିଛି, ଏଣୁ ସେମାନଙ୍କ ଦାବୀ ହେଲା ବସ ଷ୍ଟାଣ୍ଡ ଠାରେ ନେତାଜୀଙ୍କ ମୂର୍ତ୍ତୀ ପ୍ରତିଷ୍ଠା ହେଉ | ଓଡ଼ିଆ ପକ୍ଷ ପାଳନ ଭିତରେ ଏହା ଉନ୍ମୋଚିତ ହେଲେ ଶୁଭଙ୍କର ହେବ ବୋଲି ଜନସାଧାରଣ ଦାବୀ କରିଛନ୍ତି |