କୋରାପୁଟ , (୧୪/୪) : ଆପ୍ର. : ବୋରିଗୁମ୍ମା ପଞ୍ଚାୟତ ସମିତି ପରିସରରେ ଆଜି ଓଡିଆ ପକ୍ଷ ପାଳନର ଅନ୍ତିମ ଦିବସ ତଥା ହନୁମାନ ଜନ୍ମଉତ୍ସବ ଅବସରରେ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ସମିତି ଅଧ୍ୟକ୍ଷା ଦୀପ୍ତିମୟୀ ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧୁରୀ ଆଚାରୀ, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରକାଶ ପ୍ରଧାନ, ମନରେଗା ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ରଜନୀକାନ୍ତ ବେହେରା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ୱାଗତିକା ଗୋପାଳ,ଡଃ. ଦିଲ୍ଲୀପ କୁମାର ନାଥ, ସମସ୍ତ ଅଙ୍ଗନବାଡ଼ି ସୁପରଭାଇଜର,ଅଙ୍ଗନବାଡ଼ି କର୍ମୀ,Mbk,crp,ଜୁଝାରୀ ଓ କାଠରଗଡ଼ା ଗ୍ରାମର ସ୍ୱୟଂ ସହାୟିତା ସମୁହ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱୟଂ ସହାୟିକା ସମୁହର ମହିଳାମାନଙ୍କ ମଧ୍ୟରେ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା ।