32.9 C
Balāngīr
Saturday, April 26, 2025

ଓଡ଼ିଆ ବର୍ଣ୍ଣବୋଧର ଶୋଭନ ସଂସ୍କରଣ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, କାହିଁକି ହଟିଲା ବିଲେଇ ଚିତ୍ର?

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୨) : ଭକ୍ତ କବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କରିଛନ୍ତି । ଏହା ସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଭକ୍ତ କବି ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କରିଛନ୍ତି । ଏହା ସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମା ମାତୃଭୂମି, ମାତୃଭାଷା ସବୁଠୁ ବଡ ପରିଚୟ । ଏହାକୁ ଯିଏ ହତାଦର କରେ ସେ ମନୁଷ୍ୟ ପଦବାଚ୍ୟ ନୁହେଁ । ମାଆ ,ମାତୃଭୂମି, ମାତୃଭାଷାକୁ ନେଇ ସମସ୍ତେ ଗର୍ବ କରିବା ଉଚ୍ଚିତ୍ । ଓଡ଼ିଆ ଭାଷାର ସ୍ୱତନ୍ତ୍ରତା ଏକ ସମୟରେ ହଜିଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାକୁ ଭାଗ ଭାଗ କରି ବିଭିନ୍ନ ପ୍ରଦେଶରେ (ପ୍ରେସିଡେନ୍ସି) ମିଶାଇ ଦିଆଯାଇଥିଲା । ଓଡ଼ିଆଭାଷା ଓ ହତଗୌରବ ଫେରାଇ ଆଣିବାକୁ ନେତୃତ୍ୱ ନେଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଓଡ଼ିଆ ଅସ୍ମିତା କଥା ଆସିଲେ ମନ ଆନ୍ଦୋଳିତ ହେଉଛି । ସ୍ବାଧୀନତାର ଏତେ ଦିନ ପରେ ଆଜି ଓଡ଼ିଆ ଅସ୍ମିତା ସଙ୍କଟ କଥା କାହିଁକି ଆସିଲା । ନୂଆ ସରକାର ଆସିବା ପରେ ଓଡ଼ିଆ ଅସ୍ମିତାକୁ ଆଗକୁ ନେବାକୁ ପ୍ରୟାସ କରାଯାଉଛି । ବର୍ଣ୍ଣବୋଧକୁ ଆଗକୁ ନେବାକୁ ହେଲେ ସାମାଜିକ, ଆର୍ଥିକ ଓ ଶୈଖିକ ସ୍ଥିତି ଜାଣିବାକୁ ପଡ଼ିବ । ବର୍ଣ୍ଣବୋଧର ଭାଷା ଅତ୍ୟନ୍ତ ସହଜ ଓ ସରଳ ଥିଲା । କମ୍ ସମୟରେ ବହିଟି ବହୁତ ଆଦୃତ ହୋଇଥିଲା ।

ନୂଆ ସଂସ୍କରଣର ପ୍ରଥମ ପୃଷ୍ଠାରେ ଚିତ୍ରଣ ହୋଇଥିବା ହରିଣ ଚିତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କି ବର୍ଣ୍ଣବୋଧରେ ବିଲେଇ ଆସିବା ପୂର୍ବରୁ ହରିଣ ଥିଲା । ୧୯୦୧ ମସିହାରେ ୧ ଅଣାରେ ବର୍ଣ୍ଣବୋଧ ଲେଖା ଯାଇଥିଲା ଏବଂ ସେଥିରେ ହରିଣ ଚିତ୍ର ଥିଲା । ବହିର ପ୍ରଥମ ପୃଷ୍ଠାକୁ ସ୍ବତନ୍ତ୍ରତା ଦିଆଯାଇଛି । ଏଥିରେ କୌଣସି ନୂଆ ନାହିଁ । ଓଡ଼ିଆ ଅସ୍ମିତା ରଖାଯାଇଛି । ପୁଣି ପୁରୁଣା ଅବସ୍ଥାକୁ ଆମେ ଫେରିଛନ୍ତି । ଛବିଳ ମଧୁ ବର୍ଣ୍ଣବୋଧରେ ମଧୁଥିଲେ କିନ୍ତୁ ଏଥିରେ ମଧୁ ନାହାନ୍ତି ।

ଏଥିରେ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦିଆଯାଇଛି । ଆଗକୁ ଯିବା ବଦଳରେ ଆମେ ୧୯୦୧ କୁ ଫେରିଛୁ । ଏଥିରେ ବି ସରଳତା ଓ ବୋଧଗମ୍ୟତା ରହିଛି । ୧୨୪ ବର୍ଷ ପରେ ମଧ୍ୟ ଏହାର ବିକଳ୍ପ ନାହିଁ । ପୁରୁଣାର ମୌଳିକତାକୁ ନଷ୍ଟ ନ କରି ନିର୍ଭୁଲ ଭାବେ ନୂଆ ସଂସ୍କରଣ ଅଣାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆ ସଂସ୍କରଣ ଅଣାଯାଇଛି । ଚଳିତ ବର୍ଷ ୧୦ ହଜାର ପୁସ୍ତକ ଛପାଯିବ ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ ।

- Advertisement -spot_img

More articles

- Advertisement -spot_img

Latest article

ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ, ଦୁଇ ଉଦ୍ଧାର

କଟକ, (୨୫/୦୪) : ଆପ୍ର. : ଯୋବ୍ରା ନିକଟରେ ମହାନଦୀରେ ବୁଡିଗଲେ ୩ ଜଣ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଣେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗାଧୋଉଥିବା ବେଳେ ଘଟିଛି...

ବାହ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ବ୍ୟବସାୟୀ ଗିରଫ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଟିଟିଲାଗଡ ରେଳ ଷ୍ଟେସନ ରୁ କ୍ରମାଗତ ଭାବେ ଗଞ୍ଜେଇ ଚୋରା ଚାଲାଣ ଚାଲିଥିବା ବେଳେ ମଝିରେ ମଝିରେ ଅନେକ ଗଞ୍ଜେଇ ମାଫିଆ ଙ୍କୁ କାବୁ କରାଯାଉଛି...

ଜଳିଗଲା ବୁଲେଟ ଗାଡ଼ି, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର, (୨୫/୦୪) : ଆପ୍ର. : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବେଲପଡ଼ା ସହର ନିବାସୀ ସୁମନ୍ତ ବଛା ଓ ଅଜିତ ନାଗ ନାମକ ଦୁଇ ଯୁବକ ବୁଲେଟ ଯୋଗେ ଟିଟିଲାଗଡ ଦେଇ ଖୋଲାନ...

ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବଲାଙ୍ଗୀର/ଟିଟିଲାଗଡ, (୨୪/୦୪) : ଆପ୍ର. : ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିକାରୀ ତଥା ପଦାଧିକାରୀ...

ସାନନ୍ଦ ମେହେରକୁ ଗିରଫ ଓ ପ୍ରକାଶ ଲୁହାଙ୍କୁ ନ୍ୟାୟ ଦାବିରେ ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା

ସୁବର୍ଣ୍ଣପୁର, (୨୪/୦୪) : ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଘେରିଲେ ହଜାର ହଜାର ପୁରୁଷ ମହିଳା । ପ୍ରାପ୍ତ ସୂଚନା ଅନୁସାରେ କିଛିଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ...