32.9 C
Balāngīr
Thursday, June 12, 2025

ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୨/୧୦) : ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ୨,୮୪୧ଟି ଖାଲି ପଦ ପୂରଣ କରିବା ପାଇଁ ସରକାର ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଆବେଦନ ଲୋଡ଼ିଛନ୍ତି । ଓଡିଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (Odisha Sub-ordinate Staff Selection Commission, OSSSC) ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି |

ଓଡ଼ିଶାରେ ଅମିନ, RI ଓ ଫରେଷ୍ଟ ଗାର୍ଡ଼ ଆଦି ଆବେଦନ ପ୍ରକ୍ରିୟା ଅନଲାଇନରେ ହେବ । ୨,୮୪୧ଟି ଖାଲି ଥିବା ଗୃପ୍ ‘ସି’ ପଦ (Group C posts) ପୂରଣ କରିବା ପାଇଁ ଏକ ମିଳିତ ନିଯୁକ୍ତି ପରୀକ୍ଷା ହେବ । ଏଥି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଅକ୍ଟୋବର ୧ରେ ଆରମ୍ଭ ହୋଇଛି ।

ପଦବୀ ସଂଖ୍ୟା

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ୫୯ଟି ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ (Statistical Field Surveyor), ୫୭୬ଟି ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (assistant revenue inspector), ୫୩୮ଟି ଅମିନ, ୮୦୬ଟି ଫରେଷ୍ଟ ଗାର୍ଡ ଓ ୩୯୨ଟି ଏକ୍ସାଇଜ୍ କନଷ୍ଟେବଳ ପଦ ପୂରଣ କରିବାକୁ ଏହି ପରୀକ୍ଷା କରାଉଛନ୍ତି ।

https://chat.whatsapp.com/C5nXzKXOWmZEyehKupb5wS

ଦରମା କେତେ ?

ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ ଓ ଅମିନମାନେ ମାସକୁ ୮,୭୫୦ ଟଙ୍କା ବେତନ ପାଇବେ । ଏ.ଆର୍‌.ଆଇ. ଫରେଷ୍ଟ ଗାର୍ଡ ଓ ଏକ୍ସାଇଜ୍ କନଷ୍ଟେବଳମାନେ ମାସକୁ ୮,୮୮୦ ଟଙ୍କା ଦରମା ପାଇବେ । ଏହି ସବୁ ପଦରେ ନିଯୁକ୍ତି ପ୍ରଥମେ ଚୁକ୍ତିଭିତ୍ତିକ ହେବ ଓ ପରେ ଓଡିଶା ଗୃପ୍-ସି ଓ ଗୃପ୍-ଡି ପୋଷ୍ଟସ୍ (ଚୁକ୍ତିନାମା ନିଯୁକ୍ତି) ନିୟମ, ୨୦୧୩ ଅନୁଯାୟୀ ନିଯୁକ୍ତିଗୁଡ଼ିକୁ ନିୟମିତ କରିବା ଉପରେ ବିଚାର କରାଯିବ |

ଶିକ୍ଷାଗତ ଯୋଗ୍ୟତା କ’ଣ ?

ଫରେଷ୍ଟ ଗାର୍ଡ଼ ଓ ଏକ୍ସାଇଜ୍ କନଷ୍ଟେବଳଙ୍କ ପାଇଁ ମ୍ୟାଟ୍ରିକ୍ ପାସ୍‌ କିମ୍ବା ସମତୁଲ୍ୟ ପାଠ ହେଉଛି ସର୍ବନିମ୍ନ ଯୋଗ୍ୟତା । ପରିସଂଖ୍ୟାନ କ୍ଷେତ୍ର ସର୍ବେକ୍ଷଣକାରୀ, ଆସିଷ୍ଟାଣ୍ଟ ରାଜସ୍ୱ ନୀରିକ୍ଷକ (ଏ.ଆର୍‌.ଆଇ.) ଓ ଅମିନ ପଦ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା (୧୦ +୨) ହେଉଛି ସର୍ବନିମ୍ନ ଯୋଗ୍ୟତା |

ବୟସ ସୀମା

କେବଳ ଫରେଷ୍ଟ ଗାର୍ଡ଼ ପଦ ପାଇଁ ବୟସ ସୀମା ହେଉଛି ୧୮ ବର୍ଷରୁ ୩୨ ବର୍ଷ । ଅନ୍ୟ ସବୁ ପଦ ପାଇଁ ବୟସ ସୀମା ୨୧ରୁ ୩୨ ବର୍ଷ |

ଚୟନ ପ୍ରକ୍ରିୟା

ଏହି ପଦଗୁଡ଼ିକ ପାଇଁ ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା, ଶାରୀରିକ ମାନକ ମାପ ପରୀକ୍ଷା ଓ ଶାରୀରିକ ଦକ୍ଷତା ପରୀକ୍ଷା ହେବ । ସେହି ଆଧାରରେ ପ୍ରାର୍ଥୀ ଚୟନ କରାଯିବ ।

ଆବେଦନର ଶେଷ ତାରିଖ

ଏହି ବିଜ୍ଞପ୍ତି ପାଇଁ ଅନଲାଇନ୍ ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୨୧, ୨୦୨୧ । ସେହି ତାରିଖ ପରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବରେ ଅକ୍ଷମ ହୋଇଯିବ ଓ ତା’ ପରେ ଏହି ପଦଗୁଡ଼ିକ ପାଇଁ ଆସିଥିବା କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି |

ପରୀକ୍ଷା ଫିସ୍‌ କେତେ ?

ପଦବୀ ପାଇଁ ଆବେଦଏହି ସବୁ ପଦ ପାଇଁ ଆବେଦନ କରିବା ପାଇଁ କୌଣସି ପରୀକ୍ଷା ଦେୟ (ଫିସ) ଦେବାକୁ ପଡ଼ିବ ନାହିଁ । ଏହା ନିଃଶୁଳ୍କ |

କେମିତି ଆପ୍ଲାଇ କରିବେ ?

ଆୟୋଗର ପୂର୍ବ ନିଯୁକ୍ତି ପାଇଁ ପୂର୍ବରୁ ପଞ୍ଜୀକୃତ ହୋଇ ନ ଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଆୟୋଗର ୱେବସାଇଟ୍ www.osssc.gov.in ର ମୂଳ ପୃଷ୍ଠାରେ ଥିବା “ପଞ୍ଜୀକରଣ” ବଟନ୍ ଉପରେ କ୍ଲିକ୍ କରି ଏହି ପଦ ପାଇଁ ପଞ୍ଜିକରଣ କରିବାକୁ ପଡି଼ବ । ଯେଉଁମାନେ ପୂର୍ବରୁ ପଞ୍ଜୀକୃତ ହୋଇଛନ୍ତି ଓ ୟୁଜର୍ ଆଇଡି ପାଇଛନ୍ତି, ସେମାନେ ଏହି ୱେବସାଇଟରେ ଆବେଦନକାରୀ ମେନୁରେ (Applicant Menu) ଥିବା “ପୁନଃପଞ୍ଜୀକରଣ” (Re-Registration) ବିକଳ୍ପ ଚୟନ କରି ଏହି ସବୁ ପଦ ପାଇଁ ଲଗ୍‌-ଇନ୍ କରିବେ ଓ ପୁନଃପଞ୍ଜିକରଣ କରିବେ । ତା’ପରେ ଅନଲାଇନ୍ ଆବେଦନ ଫର୍ମ ପୂରଣ କରି ଦାଖଲ କରିବାକୁ ପଡ଼ିବ ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...