32.9 C
Balāngīr
Thursday, July 10, 2025

ଓଡ଼ିଶା ଡ୍ରାଇଭର ମହାସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Must read

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୯/୦୧) : ରାୟଗଡା ଜିଲ୍ଲା ଓଡ଼ିଶା ଡ୍ରାଇଭର ମହସଂଘର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 01 19 at 20.31.21 ଓଡ଼ିଶା ଡ୍ରାଇଭର ମହାସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡା ସାଙ୍କେସ ମନ୍ଦିର ତଳଗୁମ୍ମା ଠାରେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇଥିଲେ ଡ୍ରାଇଭର। ଦିନକ ପାଇଁ ନିଜର ବୃତ୍ତି ଡ୍ରାଇଭର କାର୍ଯ୍ୟକୁ ବିରାମ ଦେଇ ଜିବନ ଓ ଜୀବିକାକୁ କେଉଁଭଳି ସୁରୁଖୁରୁରେ ଆଗକୁ ନେବା ସେହି ଦିଗରେ ଆଲୋଚନା କରିଥିଲେ । ଅର୍ଥନୈତିକ ବିକାସରେ ଡ୍ରାଇଭର ଜଣେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କିନ୍ତୁ, ସେହି ଡ୍ରାଇଭର ଦ୍ଵାରା ଟିକିଏ ଭୁଲରେ ସେ ନିଜେ କେତେ ଯେ ନିନ୍ଦା ଅପବାଦ ଓ ଦଣ୍ଡ ଭଗିବାକୁ ପଡ଼ୁଛି ସେହି ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନ୍ୟପଟେ ସଂଘର ସଭାପତି ଜିତେନ୍ଦ୍ର ନାୟକ କହିଥିଲେ ପ୍ରଥମେ ପଂଚାୟତରୁ ଡ୍ରାଇଭର ସଚେତନ ଓ ସଜାଗ ହେବାକୁ ପଡିବ । ଯାହାଦ୍ବାରା ପଞ୍ଚାୟତର ପ୍ରଭାବ ବ୍ଲକ ଏଵଂ ବ୍ଲକର ପ୍ରଭାବ ଜିଲ୍ଲା ଉପରେ ପଡ଼ିଥାଏ । ଏହି ବୈଠକରେ ସଂଘର ସମସ୍ତ ସଦସ୍ୟ ପଣ କରିଥିଲେ ଯେ, ନିଶାମୁକ୍ତ ଡ୍ରାଇଭିଂ କରିବେ ।WhatsApp Image 2025 01 19 at 20.31.17 ଓଡ଼ିଶା ଡ୍ରାଇଭର ମହାସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରେନ୍ସ ଓ ନିଜର ୟୁନିଫର୍ମ ସାର୍ଟ ପିନ୍ଧିବା ବଧ୍ୟତା ମୂଳକ ଅଟେ। ଉକ୍ତ ବୈଠକରେ ରାୟଗଡ଼ ଜିଲ୍ଲାର ୧୧ଗୋଟି ବ୍ଲକର ଡ଼୍ରାଇଭର ସଂଘ ସଭାପତି ମାନେ, ଉପ ସଭାପତି ଉପଦେଷ୍ଟା, ସଂପାଦକ ପ୍ରମୁଖ ନିଜ ନିଜର ବ୍ଲକରେ ସମସ୍ୟା ବିଷୟରେ କହିବା ସହ ସମସ୍ୟାର ସମାଧାନ ଉପରେ ସଂଘ ସଭାପତି ଙ୍କ ଠାରୁ ଉପଦେଶ ନେଇଥିଲେ ।

ସମାଜରେ ଡ଼୍ରାଇଭର ହେଉଚି ଦେବଦୂତ ଭଳି ବିପଦରେ ଠିଆ ହୋଇଥାଏ । କିନ୍ତୁ, ଡ଼୍ରାଇଭର କୁ ବିପଦ ଆସିଲେ ସମାଜ ଏକ ପାଖିଆ ନ୍ୟାୟ ଦେଇ ଥାଆନ୍ତି। ଏପରିକି ଡ଼୍ରାଇଭର ର ଭୁଲ ନ ଥାଇ ମାଡ଼ ଖାଇବା ସହ ଲୋକଙ୍କ ଆକର୍ଷର ଶିକାର ହେଉଛନ୍ତି। ଏହିଭଳି ଅନେକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ଡ଼୍ରାଇଭର ଙ୍କ ମୃତ୍ୟୁ କାଳୀନ ବିମା ଏବଂ ଦୁର୍ଘଟଣାରେ ପରଷ୍ପର କିଭଳି ସହାୟକ ହୋଇ ପାରିବେ ଏ ନେଇ ଏକ ଶାନ୍ତି ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ଶେଷରେ ସମସ୍ତଙ୍କ ପାଇଁ ସୁସ୍ଵାଦୁ ଭୋଜନ ର ମଧ୍ୟ ବ୍ୟବସ୍ଥା ହୋଇଥିଲା । ବହୁତ ଦିନ ପରେ ସମସ୍ତେ ଏକାଠି ହୋଇଥିବାରୁ ଖୁସୀରେ ନାଚ ଗୀତର ମଧ୍ୟ ଆସର ଜମିଥିଲା ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...