32.9 C
Balāngīr
Thursday, July 10, 2025

ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ତରଫରୁ ବନ୍ଧୁ ମିଳନ

Must read

ରିପୋର୍ଟ : ଶୁଭଙ୍କର ଦାଶ
ଗଞ୍ଜାମ, (୧୩/୦୧) : ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ତରଫରୁ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦକ୍ଷିଣ ଓଡିଶା ର ପ୍ରାଚୀନ ଶକ୍ତିପୀଠ ମାଆ ମହୁରୀ କାଳୁଆ ପୀଠ ରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ର ଅହେତୁକ ଦର ବୃଦ୍ଧି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ର ସୁଧାର ବିଷୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2025 01 12 at 21.10.47 1 ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ତରଫରୁ ବନ୍ଧୁ ମିଳନ

ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ମାଆ ମହୁରୀ କାଳୁଆ ଙ୍କ ନିକଟରେ ପୂଜା ଅର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ର ସଭାପତି ଜୟରାମ ମହାରଣା ସଭାପତିତ୍ବ କରିଥିବା ବେଳେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ର ବରିଷ୍ଠ ଶିକ୍ଷାବିତ୍ ଡ଼ଃ ବିଭୂତି ଭୂଷଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଓଡ଼ିଶା ମହାସଂଘ ର ସମ୍ପାଦକ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଗୌରାଙ୍ଗ ଚୌଧୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଆଲୋଚନା ଚକ୍ର ରେ ସର୍ବଶ୍ରି ଶୁଭେନ୍ଦୁ କୁମାର ଦାସ , ପ୍ରଶାନ୍ତ କୁମାର ମହାପାତ୍ର, ଅସିତ୍ ପଣ୍ଡା, ଅନିଲ ଚୌଧୁରୀ,ଆଦିତ୍ୟ ନାରାୟଣ ରଥ, ରମେଶ ଚନ୍ଦ୍ର ବେହେରା, ସୂର୍ଯ୍ୟ ନାରାୟଣ ବେହେରା,ହରପ୍ରିୟା ସାହୁ , ସୁଶାନ୍ତ କୁମାର ପଟ୍ଟନାୟକ, ସଂଯୁକ୍ତା ପଣ୍ଡା, ଚୂଡ଼ାମଣି ବେହେରା, ରମେଶ କୁମାର ସାହୁ , ଇଶ୍ୱରି ରାଉତ,ରବି ରାଉତରାୟ ପ୍ରମୁଖ ଭାଗ ନେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ଉପସ୍ଥିତ ସମସ୍ତ ସାମ୍ବାଦିକ ସାମ୍ବାଦିକା ଭାଇ ଭଉଣୀ ମାନେ ନିଜ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ର ଅହେତୁକ ଦର୍ ବୃଦ୍ଧି କୁ ରୋକିବା ପାଇଁ କେବଳ ଓଡ଼ିଶା ସାମ୍ବାଦିକ ମହାସଂଘ ସ୍ୱର ଉତ୍ତୋଳନ କରିବା ସହ ବିଭିନ୍ନ ସଂଘଟନ ରାଜ ରାସ୍ତା କୁ ଓହ୍ଲାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ର ସୁଧାର ନିମନ୍ତେ ଓଡ଼ିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ମିଳିତ ଭାବେ ସଂଗ୍ରାମ ଜାରି ରଖିବା ପାଇଁ ସମ୍ପାଦକ ଗୌରାଙ୍ଗ ଚୌଧୁରୀ ଓ ସଭାପତି ଜୟରାମ ମହାରଣା ଆହ୍ବାନ ଦେଇଥିଲେ। ଆମ୍ଭ ମାନଙ୍କ ସହ ବିଭିନ୍ନ ସାମାଜିକ ସଂଗଠନ ଓ ଜନସାଧାରଣ ଙ୍କ ସାହାଯ୍ୟ ଆବଶ୍ୟକ ବୋଲି ବରିଷ୍ଠ ସାମ୍ବାଦିକ ଅସିତ୍ ପଣ୍ଡା ଓ ଶୁଭେନ୍ଦୁ କୁମାର ଦାସ ମତ ରଖିଥିଲେ ।

ଚାଷୀ ମାନେ ଯେ ହେତୁ ଆମ ର ଭାତ୍ ହାଣ୍ଡି ସେମାନଙ୍କ ସମସ୍ୟା କୁ ଗୁରୁତ୍ୱ ଦେବା ନିମନ୍ତେ ସଂଘ ର ଉପଦେଷ୍ଟା ଆଦିତ୍ଵ ନାରାୟଣ ରଥ ତାଙ୍କ ବକ୍ତଵ୍ୟ ରେ ମତ ପ୍ରକାଶ କରିଥିଲେ। ବିବିଧ ସମ୍ବାଦ ର ସମ୍ପାଦକ ଗୌରାଙ୍ଗ ଚୌଧୁରୀ, ବିକଳ୍ପ ର ପରିଚାଳନା ସମ୍ପାଦକ ଜୟରାମ ମହାରଣା ଅନୁପମ ଭାରତ ର ବରିଷ୍ଠ ସାମ୍ୱାଦିକ ଶୁଭେନ୍ଦୁ କୁମାର ଦାସ ଓ ଅନିଲ ଚୌଧୁରୀ ଙ୍କ ପ୍ରତ୍ୟେକ୍ଷ ତ୍ଵତ୍ୱାବଧାନରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସମସ୍ତେ ପ୍ରସାଦ ସେବନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ର ବିଭିନ୍ନ କୋଣ ଅନୁକୋଣ ରୁ ୧୦୦ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ । ଶେଷରେ ମାଆ ମହୁରୀ କାଳୁଆ ଙ୍କୁ ପ୍ରାର୍ଥନା କରି କାର୍ଯ୍ୟକ୍ରମ ର ସମାପନ କରାଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...