32.9 C
Balāngīr
Sunday, April 20, 2025

ଓଡିଆ ପକ୍ଷ ପାଳନ ସହ ଓଡ଼ିଆ ନବ ବର୍ଷକୁ ସ୍ୱାଗତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ସୁବର୍ଣ୍ଣପୁର, (୧୪/୦୪)ଆ.ପ୍ର : ଓଡିଆ ପକ୍ଷ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ନିଉ ଟାଉନ୍ ହଲ୍ ଠାରେ ପାରମ୍ପରିକ ଓଡ଼ିଆ ପିଠା ପଣା, ଝୋଟି, ମୁରୁଜ, ଚିତା ପ୍ରତିଯୋଗିତ ଅନୁଷ୍ଠିତ ସହ ଓଡ଼ିଆ ନବ ବର୍ଷ ପାଳନ ନିମନ୍ତେ ଏକ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି lWhatsApp Image 2025 04 15 at 06.24.03 ଓଡିଆ ପକ୍ଷ ପାଳନ ସହ ଓଡ଼ିଆ ନବ ବର୍ଷକୁ ସ୍ୱାଗତ

ଜିଲ୍ଲାର ସମସ୍ତ ବ୍ଲକ ସହ ସୋନପୁର ପୌର ପରିଷଦର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେ଼ଇ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା l ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ, ଡେପୁଟି କଲେକ୍ଟର ତଥା ବିଡ଼ିଓ ସୋନପୁର ପ୍ରତୀକ କର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜ୍ଜୁନ ମାଝୀ ପ୍ରମୁଖ ଯୋଗ ଦେଇ ଓଡ଼ିଆ ପକ୍ଷ ପାଳନ, ତଥା ଓଡ଼ିଆ ନୂତନ ବର୍ଷ ଅବସରରେ ଓଡ଼ିଆ ସଂସ୍କୃତି ପରମ୍ପରା ତଥା ଲିଭି ଯାଉଥିବା ପାରମ୍ପରିକ ଖାଦ୍ୟ କୁ ଜନମାନସରେ ଉଦ୍ଜୀବିତ ପାଇଁ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ନିମନ୍ତେ ପ୍ରେରଣା ଯୋଗାଇଥିବା କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସୁ ସ୍ବାଦୁ ଓଡ଼ିଆ ଘର ପାରମ୍ପରିକ ବ୍ୟଞ୍ଜନ ପ୍ରତିଯୋଗିତା, ଝୋଟି, ମୁରୁଜ ତଥା ଚିତା ହୁଳହୁଳି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ l ବିଚାରକ ଭାବେ ମିନା ମହାରଣା, ଓ ଶ୍ୟାମ ସୁନ୍ଦର ମେହେର, ଶୁଭେନ୍ଦୁ ମେହେର, ସସ୍ମିତା ମେହେର, ଓ ସୁନନ୍ଦା ସାହୁ ପ୍ରମୁଖ ଆୟୋଜିତ ପ୍ରତିଯୋଗିତାର ବିଚାରକ ଭାବେ ନିଖୁଣ ଦାୟିତ୍ୱ ସମ୍ପାଦନ କରିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଏସ ଏଚ ଜି ସଦସ୍ୟା, ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା, ବିଭିନ୍ନ ସରକାରୀ ପଦାଧିକାରୀ,ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ.। କାର୍ଯ୍ୟକ୍ରମକୁ ଶିକ୍ଷକ ଲଷ୍ମୀନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ କୁ ସ୍ୱାଗତ ପୂର୍ବକ ପାରମ୍ପରିକ ବ୍ୟଞ୍ଜନ ପିଠା ପଣା ବଣ୍ଟନ କରାଯାଇଥିଲା।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...