32.9 C
Balāngīr
Sunday, July 13, 2025

ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ

Must read

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...
sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରାୟଗଡ: ୦୨/୦୪/ଆପ୍ର): ଓଡିଆ ପକ୍ଷ ପାଳନ ଅବସରରେ ଆଜି ତା.୦୨.୦୪.୨୦୨୫ ରିଖ ବୁଧବାର ଖଡିଛୁଆଁ ଦିବସ ପାଳନ ହୋଇଯାଇଅଛି । ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା. ୨୦୬୧, ତା ୨୮.୦୩.୨୦୨୫ ରିଖ ନିର୍ଦେଶନାମା ଅନୁଯାୟୀ ରାୟଗଡ଼ ଜିଲ୍ଲାର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ ଠାରେ ଜିଲ୍ଲାପାଳ, ରାୟଗଡ଼,ଶ୍ରୀମତୀ ପାରୁଲ ପଟୱାରୀ ମୁଖ୍ୟ ଅତିଥି ଭlବରେ ଯୋଗଦାନ କରି ଶୁଭାରମ୍ଭ କରିଥିଲେ ldb259a18 91d9 4779 9f8a e76cb1504cad ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ

ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରମା ଚନ୍ଦ୍ର ନାହାକଙ୍କ ଉପସ୍ଥିତିରେ ଓଡିଆ ଜିଲ୍ଲା ସ୍ତରୀୟ ଖଡିଛୁଆଁ ଦିବସ ପାଳନ ହୋଇଯାଇଛି । ଶିଶୁବାଟିକା ସ୍ତରରେ ୧୩ ଜଣ ନୂତନ ଛାତ୍ରଛାତ୍ରୀ ଖଡିଛୁଆଁ କରାଯାଇ ଶିଶୁବାଟିକା କିଟ ପ୍ରଦାନ କରଯାଇଥିଲା । ତତ୍ପରେ ଜିଲ୍ଲାପାଳ ମହୋଦୟା ଶିକ୍ଷା ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ସଚେତନତା ରଥ ତା.୦୨.୦୪.୨୦୨୫ ରିଖରୁ ଆରମ୍ଭ ହୋଇ ତା.୦୫.୦୪.୨୦୨୫ ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ବିଦ୍ୟାଳୟରେ ନାମଲେଖା ନିମନ୍ତେ ବାର୍ତ୍ତା ପ୍ରଚାର କରିବ। ସେହିପରି ପ୍ରତ୍ୟେକ ବ୍ଲକରେ ସଚେତନତା ରଥ ପରିକ୍ରମା କରିବ lb6e6b9f7 b790 4580 a831 1af97a26f9d0 ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ

ଏହାପରେ ଜିଲ୍ଲାପାଳ ମହୋଦୟା ବାରିଝୋଲା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭ୍ରମଣ କରି ଛାତ୍ରଛାତ୍ରୀଙ୍କ ନାମଲେଖା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରାୟଗଡ ଜିଲ୍ଲାରେ ସମୁଦାୟ ୧୧୧୯ ଗୋଟି ବିଦ୍ୟାଳୟରେ ଶିଶୁବାଟିକା ସ୍ତରରେ ୧୧୮୨ ଓ ପ୍ରଥମ ଶ୍ରେଣୀରେ ୭୮୪୩ ଛାତ୍ରଛାତ୍ରୀଙ୍କୁ ନାମଲେଖା ନିମନ୍ତେ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମର ତଦାରଖ ନିମନ୍ତେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜnଲାଲ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶ୍ରୀ ଛବିଲାଲ ସିଂ ଉକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଓ ଆଦିବାସୀ ଶିକ୍ଷା ସଂଯୋଜକ ଉପସ୍ଥିତ ରହିଥିଲେ ।

ଜାତୀୟ ଶିକ୍ଷାନୀତି ୨୦୨୦ ଅଧୀନରେ ପ୍ରାକ୍ ପ୍ରାଥମିକ ପିଲାଙ୍କ ପାଇଁ ଶିଶୁ ବାଟିକା ଆରମ୍ଭ

 

- Advertisement -spot_img

More articles

- Advertisement -spot_img

Latest article

ଡ୍ରାଇଭର ସଙ୍ଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ : ଏକ ରାଜନୈତିକ ଅଭିଶନ୍ଧି

କାଶୀନଗର, (୧୩/୭) : ଆପ୍ର. : ଡ୍ରାଇଭର ମହାସଂଘ ର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ଏକ ରାଜନୈତିକ ଅଭିଶନ୍ଧି ବୋଲି ରାଷ୍ଟ୍ରୀୟ ପରିଷଦ ସଭ୍ୟ ନଳିନୀକାନ୍ତ ପାତ୍ର ଏକ ପ୍ରେସ ମିଟ ଜରିଆରେ...

ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର, (୧୩/୦୭) : ଆପ୍ର. : ପାଟଣା ବନାଞ୍ଚଳ ଡୁମୁରିଆ ବିଟ୍ ଅନ୍ତର୍ଗତ ପିଛୁଳାବେଡା ଗ୍ରାମ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ ଏବଂ ଜଣେ ଗୁରୁତର । ସୂଚନା ଅନୁଯାୟୀ ସେମାନେ...

ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ

ନୀଳଗିରି, (୧୩/୦୭) :ଆପ୍ର. : ବଜ୍ରାଘାତରେ ୩ ଶ୍ରମିକ ମୃତ, ୨ ଆହତ । କେନାଲ କାମ ଚାଲିଥିବା ବେଳେ ବଜ୍ରପାତରେ ୩ ଶ୍ରମିକ ମୃତ । ବାଲେଶ୍ବର ଜିଲ୍ଲା ନୀଳଗିରି ଛତ୍ରପୁରରେ...

ଜୀବନର ସଠିକ୍ ମାର୍ଗ ଗୁରୁଙ୍କ ପ୍ରେରଣା ଓ ଆଶ୍ରିବାଦରୁ ପ୍ରାପ୍ତ ହୋଇଥାଏ

ମୁନିଗୁଡ଼ା, (୧୩/୦୭) : ଆପ୍ର. : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସର ଶାରଦା ମଣ୍ଡପରେ ଆଜି ନେତାଜୀ ପ୍ରଭାତ ଶାଖା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତରଫରୁ ଗୁରୁ...

ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ, ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା

ବାଲେଶ୍ବର, (୧୩/୦୭) : ଆପ୍ର. : ବାଲେଶ୍ବର ଫକୀର ମୋହନ ସ୍ଵୟଂଶାସିତ କଲେଜରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିବା ଇଣ୍ଟିଗ୍ରେଟେଡ ବିଏଡ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଭୁବନେଶ୍ବର ଏମସରେ...