ରିପୋର୍ଟ: ପ୍ରଣତି ସାବତ //
ଭୁବନେଶ୍ୱର (୦୯/୦୩): ଆଜି ଭୁବେନେଶ୍ୱର ର ପ୍ରଶାସନିକ ସେବା ଭବନ ରେ ରାଜ୍ୟ ସ୍ତରୀୟ ଶିକ୍ଷକ ମାନଙ୍କ ଏକ କାନଭେନସନ ଆୟୋଜିତ ହୋଇଯାଇଛି |
ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘର ରାଜ୍ୟ ସ୍ତରୀୟ ଏକ ଆଲୋଚନା ଚକ୍ର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଏହି ଆଲୋଚନା ଚକ୍ରରେ ରାଜ୍ୟ ପରାମର୍ଶ ଦାତା ସୁରେନ୍ଦ୍ର କୁମାର ଜେନା କାର୍ଯ୍ୟକାରୀ ସଭାପତି କୃଷ୍ଣ ବେହେରା ଓ ସମ୍ପାଦକ ବିଭୁ ସାହୁ, ଓ ଅନ୍ୟାନ୍ୟ ରାଜ୍ୟ କର୍ମକର୍ତା ଯୋଗ ଦେଇ ଶିକ୍ଷକ ମାନଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଗଜପତି ସଭାପତି ଜଗଦୀଶ ପାତ୍ର ମଧ୍ୟ ଏହି ସମ୍ମିଳନୀରେ ଉଦବୋଧନ ଦେଇଥଲେ | ଏହା ସହ ଗଜପତିର ଅଭାଳିନ ପରିଡା, ଉପ ସଭାପତି ଗୋପାଳ ରାଓ, କେ ଈଶ୍ୱର ରାଓ, ଆର ମଧୁ ଓ ରାମ ଚନ୍ଦ୍ର ଯୋଗ ଦେଇଥିଲେ |