ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୬/୦୨) : ରାୟଗଡା ଜିଲ୍ଲା ଶାଖା ଓଡିଶା ଅମଲା ସଂଘର ଆଜି କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l
ଶ୍ରୀ ଅରୁଣ କୁମାର ପାଢ଼ୀ, ରାଜସ୍ବ ସେବା ଅଧିକାରୀ ନିର୍ବାଚନ ପରିଚାଳନା କରିଥିଲେ l ଏହି ନିର୍ବାଚନରେ ୨୫୪ଜଣ ନିଜର ମତଦାନ କରିଥିଲେ l ସଭାପତି ଦୌଡରେ ଶ୍ରୀ ମନୋଜ କୁମାର ରଥ, ସିମାଞ୍ଚଳ ପଣ୍ଡା ଦୁଇଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ ଓ ଶ୍ରୀ ମନୋଜ କୁମାର ରଥ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l ସେହିପରି ସାଧାରଣ ସମ୍ପାଦକ ପାଇଁ ଶ୍ରୀ ସ୍ନେହାଶିଷ ପାତ୍ର ଓ ଶ୍ରୀ ଅଜୟ କୁମାର ନାହାକ ପ୍ରତିଦ୍ୱନ୍ଦିତା କରିଥିଲେ । ଶ୍ରୀ ଅଜୟ କୁମାର ନାହାକ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l ରାୟଗଡ ଶାଖା ପାଇଁ ଉପସଭାପତି ପଦରେ ଶ୍ରୀ ନରେଶ ଇଡ଼ୁମ ଓ ଶ୍ରୀ ରବି ନାରାୟଣ ପାଟ୍ଟଯୋଶୀ ମଧ୍ୟରେ ପ୍ରତିଦ୍ୱନ୍ଦିତାରେ ଶ୍ରୀ ପାଟ୍ଟଯୋଶୀ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l ଗୁଣୁପୁର ଶାଖା ପାଇଁ ଜି. ଦିବାକର ଓ ଶ୍ରୀ ବଳରାମ ଭୁୟାଁ ମଧ୍ୟରେ ପ୍ରତିଦ୍ୱନ୍ଦିତାରେ ଶ୍ରୀ ବଳରାମ ଭୁୟାଁ ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l
ସେହିପରି ଯୁଗ୍ମ ସମ୍ପାଦକ ପଦ ପାଇଁ ଶ୍ରୀ ତ୍ରିପତି କୁମାର ଜେନା ଓ ଶ୍ରୀମତୀ ବବିତା ପଣ୍ଡା ମଧ୍ୟରେ ପ୍ରତିଦ୍ୱନ୍ଦିତାରେ ଶ୍ରୀମତୀ ବବିତା ପଣ୍ଡା ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି l ସେହିପରି କୋଷାଧ୍ୟକ୍ଷ ପଦ ପାଇଁ ଶ୍ରୀ ସେବlନନ୍ଦ ମହାପାତ୍ର ଓ ଆରୀ ଗଦାଧର ପାତ୍ର ମଧ୍ୟରେ ପ୍ରତିଦ୍ୱନ୍ଦିତlରେ ଶ୍ରୀ ଗଦାଧର ପାତ୍ର ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ l ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚିତ ସଦସ୍ୟ, ସଦସ୍ୟା ମାନଙ୍କୁ ଶପଥ ପାଠ କରାଇଥିଲେ l