32.9 C
Balāngīr
Tuesday, May 20, 2025

ଓଡିଶା ସାମ୍ବାଦିକ ସଂଘ ତରଫରୁ ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

Must read

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ବୋରିଗୁମ୍ମା, (୩/୫) : ଆପ୍ର. : ବୋରିଗୁମ୍ମାର ୫ ଜଣ ତଥା କୋଟପାଡର ଜଣେ ସାମ୍ବାଦିକଙ୍କ ସମେତ କୋରାପୁଟ(ଅପର କୋଲାବ ), କୁମୁଲି,ବି.ସିଂହପୁର, କୋଟପାଡ଼ ସମେତ କୋରାପୁଟ ଜିଲ୍ଲାର ପୁରପଲ୍ଲୀ ଓ କୋଣ ଅନୁକୋଣରୁ ଆସିଥିବା କାର୍ଯ୍ୟରତ ସ୍ବାଧୀନତା ପ୍ରିୟ ସମ୍ପାଦିକ ମାନଙ୍କୁ ନେଇ ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ ସମ୍ପର୍କରେଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା ।WhatsApp Image 2025 05 04 at 16.44.32 ଓଡିଶା ସାମ୍ବାଦିକ ସଂଘ ତରଫରୁ ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

ଓଡ଼ିଶା ସାମ୍ବାଦିକ ସଂଘର କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ରବି ନାୟକଙ୍କ ପ୍ରୟାସରେ ସମସ୍ତ ଆୟୋଜନ ଜୟପୁର ସହରର ବିଶିଷ୍ଟ ସମାଜସେବୀ ଶ୍ରୀ ସଞ୍ଜୟ ଜୈନଙ୍କ ବାସଭବନ ସ୍ଥିତ ସମ୍ମିଳନୀ ଗୃହରେ ଏହି ସଭାର ଭବ୍ୟ ଆୟୋଜନ କରା ଯାଇଥିଲା । ଆଦିବାସୀ ଓ ନକ୍ସଲ ପ୍ରଭାବିତ କୋରାପୁଟ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ନିରପେକ୍ଷ ସମ୍ବାଦ ପରିବେଷଣରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତା’ର ସମ୍ଭାବ୍ୟ ବିକଳ୍ପ ସମ୍ପର୍କରେ ଆଲୋଚନା କରା ଯାଇଥିଲା । ଏହି ସଭାରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀ ସଞ୍ଜୟ ଜୈନ,ସମ୍ମାନିତ ଅତିଥି ଭାବେ ପୂର୍ବତନ ସମ୍ପାଦକ ଶ୍ରୀ ଧର୍ମେନ୍ଦ୍ର ଅଧିକାରୀ ତଥା ମୁଖ୍ୟ ବକ୍ତା ଭାବେ ଜୟପୁର ସହରର ବିଶିଷ୍ଟ ଅଧିବକ୍ତା( କେନ୍ଦ୍ରୀୟ ନୋଟାରୀ) ଶ୍ରୀ ଦେବେନ୍ଦ୍ର ବାହିନୀପତି ଯୋଗଦାନ କରି ନିଜ ନିଜ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରେସ୍ ସ୍ଵାଧୀନତାର ଆବଶ୍ୟକତା ଓ ଗଣତନ୍ତ୍ରର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ ।WhatsApp Image 2025 05 04 at 16.44.33 ଓଡିଶା ସାମ୍ବାଦିକ ସଂଘ ତରଫରୁ ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

ସମାଜସେବୀ ଶ୍ରୀ ସଞ୍ଜୟ ଜୈନ ସମାଜର ମଙ୍ଗଳକୁ ଆଖି ଆଗରେ ରଖି ନିଜର ସ୍ବତନ୍ତ୍ର ଦୃଷ୍ଟି କୋଣ ତଥା ସମାଜ କଲ୍ୟାଣ ପ୍ରତି ପ୍ରାଥମିକତା ଦେବା ସହ ସମ୍ପାଦ ପରିବେଷଣ କରିବାକୁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇ ଥିଲେ । ଶ୍ରୀ ଧର୍ମେନ୍ଦ୍ର ଅଧିକାରୀ ସାମ୍ବାଦିକ ମାନଙ୍କ ଦୈନନ୍ଦିନ ଖବର ପରିବେଷଣ ସମୟରେ କିଭଳି ଚାପର ବଶବର୍ତ୍ତୀ ନ ହୋଇ ନିରପେକ୍ଷ ସମ୍ବାଦ ପରିବେଷଣ କରିପାରିବେ,ସେ ସମ୍ପର୍କରେ ଆଲୋକ ପାତ କରିଥିଲେ ତଥା ସେ ନିଜେ ଅତୀତରେ ସାମ୍ବାଦିକତା କରୁଥିବା ସମୟର ଅଭିଜ୍ଞତା ପ୍ରକାଶ କରିଥିଲେ । ମୂଖ୍ୟ ବକ୍ତା ଶ୍ରୀ ଦେବେନ୍ଦ୍ର ବାହିନୀପତି ନିରପେକ୍ଷ ଭାବରେ ସତ୍ୟ ଖବର ଲୋକ ଲୋଚନକୁ ଆଣିଲେ କିପରି କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ହୁଏ, ସେହି ବିଷୟରେ ଆଲୋଚନା କରିବା ସହ କଠିନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ମଧ୍ୟ ନିର୍ଭୀକ ଭାବେ ସମ୍ବାଦ ପରିବେଷଣ କରିଥିବା ସାମ୍ବାଦିକ ମାନେ ହିଁ ପରବର୍ତ୍ତୀ ସମୟରେ ଖ୍ୟାତନାମା ସାମ୍ବାଦିକ ଭାବରେ ନିଜକୁ ସମାଜରେ ପ୍ରତିଷ୍ଠିତ କରି ପାରିବେ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ସଂଘ ତରଫରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।ଏଥି ସହ ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଦୟାନିଧି ପଟ୍ଟନାୟକ, ବିଶିଷ୍ଟ କ୍ରୀଡ଼ାବିତ୍ ୱାଇ ପ୍ରସାଦ,ସଭାପତି ଶ୍ରୀ ରବି ନାୟକ,କାର୍ଯ୍ୟକାରୀ ସଭାପତି ଶ୍ରୀ ରବିଶଙ୍କର ମହାପାତ୍ରଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରା ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀ କେ.ସାକିଲ ଦୋରା,ଶ୍ରୀ ସୁଶୀଳ କୁମାର ଷଡ଼ଙ୍ଗୀ,ଶ୍ରୀ ତ୍ରିନାଥ ନାୟକ,ଶ୍ରୀ ପ୍ରତାପ କୁମାର ହୋତା,ଶ୍ରୀ ସନ୍ତୋଷ କୁମାର (ଟୁଟୁ) ପଟ୍ଟନାୟକ,ଶ୍ରୀ ସୁଜିତ କୁମାର ପଣ୍ଡା, ଶ୍ରୀ ସୁକାନ୍ତ କୁମାର ମାଝି,ଶ୍ରୀ ଅନିଲ କୁମାର ପାତ୍ର, ଶ୍ରୀ ଗୁପ୍ତ ଗୌଡ଼,ଶ୍ରୀ ପିଣ୍ଟୁ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରେସ୍ ସ୍ଵାଧୀନତା ପାଇଁ ପ୍ରେସ୍ ଏକତା ଆବଶ୍ୟକ ଏବଂ ଏଥିପାଇଁଁ ସଂଘର ଆବଶ୍ୟକତା ରହିଛି । ଏବଂ ସଂଘର ସଫଳତା ପାଇଁ ବିଶୃଙ୍ଖଳା ସୃଷ୍ଟି କାରୀ ମାନଙ୍କ ପ୍ରତି ସଜାଗ ରହିବାକୁ କାର୍ଯ୍ୟକାରୀ ସଭାପତି ସଭ୍ୟ ମାନଙ୍କୁ ଆହ୍ବାନ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ବୃକ୍ଷ ରୋପଣ

ବ୍ରହ୍ମପୁର, (୨୦/୦୫) : ଆପ୍ର. : ଛତ୍ରପୁର ବ୍ଲକ ଅନ୍ତର୍ଗତ କରାତଳି ଗ୍ରାମରେ ବିଭିନ୍ନ ଜାଗାର ଖାଲି ସ୍ଥାନ ମାନଙ୍କରେ ଶାହା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୫ଶହ ଗୁଆ ବୃକ୍ଷ-ଚାରା ରୋପଣ କରାଯାଇଛି...

ନୂଆପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

ନୂଆପଡ଼ା, (୨୦/୦୫) : ଆପ୍ର. : ନୂଆପଡ଼ା ସଦର ଥାନା ଅନ୍ତର୍ଗତ ଏକତା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ସ୍ତ୍ରୀ...

ଖଇରକାଠ ଜବତ କଲା ବନ ବିଭାଗ

ବଲାଙ୍ଗିର, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପୋଲିସ ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମୁରସିଂବିଟ ନିକଟସ୍ଥ ସିକୁଆଁ ଗାଁରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ...

କାଳବୈଶାଖୀ ବର୍ଷାରେ ବେହାଲ କଟକ ସହର

କଟକ, (୨୦/୦୫) : ଆପ୍ର. : କଟକରେ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ହୋଇଛି କଟକ ସହର । ପ୍ରବଳ ବର୍ଷା ପାଇଁ ତଳିଆ ଅଞ୍ଚଳରେ...

ବନବାହାଲରେ ୩୫ଟିକିଆ ହାତୀପଲଙ୍କ ଦ୍ଵାରା ପୁଣି ଚାଷୀଙ୍କ ୩ ଏକର ଡ଼ାଳୁଆ ଧାନ ଫସଲ ନଷ୍ଟ

ମୁରିବାହାଲ, (୨୦/୦୫) : ଆପ୍ର. : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ତିଖାଲି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଆସି ଦୀର୍ଘ ୫ମାସ ହେବ ରହିଯାଇଥିବା ୩୫ଟିକିଆ ହାତୀପଲ ବିଭିନ୍ନ ସମୟରେ ପାର୍ଶ୍ଵବର୍ତ୍ତୀ ବହୁ...