ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୦୭/୦୨) : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଗୁଲୁମଣ୍ଡା ପକା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ ସିମେଣ୍ଟ ଓ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଛି ।
ଓଲଟିଲା ଟ୍ରାକ୍ଟର, ଫଳରେ ଟ୍ରାକ୍ଟରେ ବସିଥିବାବେଳେ ୩ ଜଣ ଶ୍ରମିକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସେହିପିରି ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଖବର ପାଇ ଗୁଣୁପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚିଛି । ଆହତଙ୍କୁ ଉଦ୍ଧାର କରି ଗୁଣୁପୁ ମେଡ଼ିକାଲରେ ଭର୍ତ୍ତି କରିଛି । ତେବେ ମୃତାହତଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।