ସୋର, (୨୪/୦୬) : ଆପ୍ର. : ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ଓଲଟି ପଡିଲା ଅଟୋ । ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳର ପଦୁନା ଛକ ନିକଟରେ ।
ଓଲଟିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ । ଖଇରା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ବାଲେଶ୍ଵର ଜିଲ୍ଲାର ଆଗରପଡା କୁପାରୀ ରାସ୍ତାର ପଦୁନା ନିକଟରେ ଅଟୋ ସାଇକେଲ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ କି ଅଟୋ ତଳେ ଚାପିହୋଇ ୩ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ଖଇରା ମେଡିକାଲକୁ ଅଣାଯାଇଥିଲା । ସମସ୍ତେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ହୋଇଥିଲା ଵେଳେ ଟିଉସନ ଆସୁଥିଲା ବେଳେ ଏପରି ଘଟଣା ଘଟିଛି ।