ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୦୨) : ସୁକୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓସେପା ଓ ଗଣ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଧେଶକ୍ରମେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ଗଣିତ ଓ ବିଜ୍ଞାନ କ୍ଳବ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନିରଞ୍ଜନ ପଣ୍ଡା ଓ ଲାଠି କ୍ଳଷ୍ଟର ସଂଯୋଜକ ଡ଼କ୍ଟର ଗୋବିନ୍ଦ ଚନ୍ଦ୍ର ମହାଙ୍କୁଡଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବିଦ୍ୟାଳୟର ୪ର୍ଥରୁ ୮ ମ ଶ୍ରେଣୀ ବିଜ୍ଞାନ ତଥା ଗଣିତ ବିଷୟରେ ଆଗ୍ରହ ରଖୁଥିବା ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଆବର୍ଜନା ତଥା ସ୍ୱଳ୍ପମୁଲ୍ୟର ସାମଗ୍ରୀକୁ ବ୍ୟବହାର କରି ବିଭିନ୍ନ ପାଠପୋଯୋଗୀ ଉପକରଣ ପ୍ରସ୍ତୁତ କରି ପ୍ରଦର୍ଶନ ହୋଇଥିଲା ଯାହା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ଓ ଉଦ୍ଦୀପନାକୁ ପ୍ରସମିତ କରିପାରିଥିଲା l କେତେକ ଛାତ୍ରଛାତ୍ରୀ ଅଭିନୟ ମାଧ୍ୟମରେ ଅଂଶୁଘାତ ତଥା ଭୂମିକମ୍ପ କାରଣ ଓ ସୁରକ୍ଷା ପାଇଁ ସନ୍ଦେଶ ତଥା ସଚେତନ କରିଥିଲେ l ଏହା ସହ ପିଲାଙ୍କୁ ନେଇ ଗଣିତ ଓ ବିଜ୍ଞାନର କ୍ଯୁଇଜ ଅନୁଷ୍ଠିତ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ଓ ଗଣିତ ପଢ଼ାଉଥିବା ଶିକ୍ଷୟିତ୍ରୀମାନେ ପରିଚାଳନା ତଥା କୁନି ବୈଜ୍ଞାନିକମାନଙ୍କୁ ମାର୍ଗଦର୍ଶନ କରିଥିଲେ l
ବିଦ୍ୟାଳୟର ଅନ୍ୟ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ପିଲାମାନଙ୍କୁ ଏଭଳି ଉତ୍କଣ୍ଠା ବଜାୟ ରଖି ଏହି ବିଷୟ ପ୍ରତି ଆଗ୍ରହ ରଖିଲେ ଭବିଷ୍ୟତ ଉଜ୍ଜଳ ହୋଇପାରିବ ବୋଲି ପିଲାଙ୍କୁ ପ୍ରବର୍ତ୍ତାଇ ଥିଲେ l ପରିଶେଷରେ କୃତୀ ଛାତ୍ରଛାତ୍ରୀଙ୍କ ନାମ ଘୋଷଣା କରି ଆଗାମୀ ଫେବୃଆରୀ ୨୮ ତାରିଖରେ ବିଶ୍ୱ ଅନ୍ତରିକ୍ଷ ଦିବସରେ ପୁରସ୍କାର ପ୍ରଦାନ କରାଯିବ l ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଏଭଳି କାର୍ଯ୍ୟକ୍ରମ ସଂଗଠିତକୁ ଅଭିଭାବକମାନେ ଭୁୟସୀ ପ୍ରଶଂସା କରିବା ସହ ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ l