ରିପୋର୍ଟ: ଗୋପୀନାଥ ଗୌଡ଼ //
ବରଗଡ଼ (୧୧/୧୨): ଓଡ଼ିଶା ସାମ୍ୱାଦିକ ୟୁନିୟନ୍ (ଓୟୁଜେ) ରାୟଗଡ଼ ଜିଲ୍ଲା ଶାଖାର ସାଧାରଣ ପରିଷଦ ଓ ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଦ୍ଵେତ ବେଦାନ୍ତ ଆଶ୍ରମ ପରିସରରେ ଅନୁଷ୍ଟିତ ବୈଠକରେ ଜିଲ୍ଲା ସଭାପତି ରାଧାକୃଷ୍ଣ ପଟନାୟକ ସଭାପତିତ୍ବ କରିଥିଲେ।
ଓୟୂଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ବାର୍ତ୍ତା ପଠନ ପରେ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ସଙ୍ଗଠନକୁ ଆଗମୀ ଦିନରେ ଅଧିକ ସଂଘଠୀତ କରି ହେବ ଏବଂ ସେ ନେଇ କାର୍ଯ୍ୟ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା। ନୂତନ ସଭାପତି ଭାବରେ ରଞ୍ଜିତ ପାଢୀଙ୍କୁ ମନୋନୀତ କରିଥିବା ବେଳେ, ସାଧାରଣତ ସଂପାଦକ ଭାବେ ଶିଵ ପ୍ରସାଦ ଦୋରା , ଉପ ସଭାପତି ଭାବେ ସଞ୍ଜୟ କୁମାର୍ ପ୍ରଧାନ, ପ୍ରମୋଦ ପତି ଏଵଂ ସୁରେଶ ଚନ୍ଦ୍ର ପାଡ଼ି ମନୋନିତ ହୋଇଥିଲେ।
ସେହିପରି ସଂଘରେ ଯୁଗ୍ମ ସଂପାଦକ ଭାବେ ଶ୍ରୀକାନ୍ତ ବଲ୍ଲଭାଇ, ମନୋଜ ପାଣି, ନୀଳ ମାଧବ ପାଢ଼ୀ, ସଂଘଠନ ସଂପାଦକ ଭାବେ ବି. ସତୀଶ କୁମାର, କାର୍ଯ୍ୟଳୟ ସଂପାଦକ ଭାବେ ଜନାର୍ଦ୍ଦନ ମହାପାତ୍ର ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ଦଳେଇ ମନୋନୀତ ହୋଇଛନ୍ତି। ଏହି ଅବସରରେ ମିଡ଼ିଆ କୋଅର୍ଡିନେଟରେ ଭାବେ ବ୍ରଜ ସୁନ୍ଦର ପାଢ଼ୀ, ଉପଦେଷ୍ଟା ଭାବେ ବରିଷ୍ଠ ସଦସ୍ୟ ତଥା ଓୟୁଜେ ରାଜ୍ୟ ଉପ-ସଭାପତି ରାଜେଶ ପଟନାୟକ, ବରିଷ୍ଠ ସଦସ୍ୟ ରାଧାକୃଷ୍ଣ ପଟନାୟକ ଏଵଂ କେ. ସୋମେଶ୍ୱର ରାଓଙ୍କୁ ଚୟନ କରଯାଇଥିଲା। ବୈଠକରେ ଜିଲ୍ଳାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମ୍ୱାଦିକ ମାନେ ଯୋଗ ଦେଇଥିଲେ।