32.9 C
Balāngīr
Friday, June 13, 2025

ଓ.ଜେ.ୟୁ.ତରଫରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ ଡି.ଆଇ.ଜି.ଙ୍କୁ ଦାବିପତ୍ର ପ୍ରଦାନ

Must read

କୋରାପୁଟ, (୩୦/୫) : ଆପ୍ର. : ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ କୋରାପୁଟ ଡିଆଇଜି ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଓଜେୟୁ କୋରାପୁଟ ଜିଲ୍ଲା ଶାଖା ର ସଭାପତି ରବି ନାୟକ ଙ୍କ ନେତୃତ୍ୱରେ ଆଜି ଓଜେୟୁ ର ପାଞ୍ଚ ଜଣିଆ ଟିମ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ଅଖିଳେଶ୍ବର ସିଂ ଙ୍କୁ ଭେଟି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବୀ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ତଥା ଦେଶର ଜନସାଧାରଣ ଙ୍କୁ ସମ୍ବାଦ ତଥା ସମସ୍ତ ସୂଚନା ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସାମ୍ବାଦିକ ମାନେ ଆଜି ତାଙ୍କ ନ୍ୟାର୍ଯ୍ୟ ଅଧିକାର ରୁ ବଞ୍ଚିତ ହେବା ସହ ଅସାମାଜିକ ତତ୍ତ୍ୱ ର ପ୍ରଥମ ଶିକାର ବା ଟାର୍ଗେଟ ସାଜିଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ର ବିଷୟ ।

ଯଦିଓ ସାମ୍ବାଦିକ ବା ଗଣମାଧ୍ୟମ ଜାତୀୟ ତଥା ଅନ୍ତର୍ଜାତୀୟ ସମସ୍ତ ଘଟଣା ର ଟିଖିନିଖି ତଥ୍ୟ ଜନସାଧାରଣ ଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି କିନ୍ତୁ ନିଜେ ଗଣମାଧ୍ୟମ ପ୍ରତିନିଧି ଆଜି ନିଜ ସୁରକ୍ଷା ଓ ସେ ସମ୍ପର୍କିତ ଆଇନ ବ୍ୟବସ୍ଥା ରୁ ଏଯାଏଁ ବଞ୍ଚିତ ହୋଇ ଆସୁଛନ୍ତି।। ସାମ୍ବାଦିକ ସୁରକ୍ଷା ଆଇନ ର ଅଭାବରୁ ହଜାର ହଜାର ଗଣମାଧ୍ୟମ ପ୍ରତିନିଧି ଆଜି ନିର୍ଯ୍ୟାତିତ, ଅପମାନିତ, କ୍ଷତାକ୍ତ ତଥା ହତ୍ୟା ର ଶିକାର ହୋଇ ଚାଲିଛନ୍ତି । ନିକଟ ଅତୀତରେ ଏକ ନିର୍ମାଣ କାର୍ଯ୍ୟ ର ଭିଡ଼ିଓ ଉତ୍ତୋଳନ କରିବା ସମୟରେ ବଲାଙ୍ଗିର ଜିଲ୍ଲା ର ଜଣେ ସାମ୍ବାଦିକ ଙ୍କୁ ଦୁଇ ଘଣ୍ଟା ଧରି ବାନ୍ଧି ରଖି ଶାରରିକ ନିର୍ଯ୍ୟାତନା ଦେଇଥିଲେ।ବର୍ତ୍ତମାନ ପରିସ୍ଥିତି ରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ କେଉଁଠି ମଧ୍ୟ ସାମ୍ବାଦିକ ଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରି ନାହିଁ ।

ତେଣୁ ତୁରନ୍ତ ରାଜ୍ୟ ସରକାର ଏକ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ଗଣତନ୍ତ୍ର କୁ ସୁରକ୍ଷିତ କରିବା ପାଇଁ ଓଡିଶା ସାମ୍ବାଦିକ ସଙ୍ଘ(ଓଜେୟୁ) କୋରାପୁଟ ଜିଲ୍ଲା ଶାଖା ଦାବୀ କରି ମୁଖ୍ୟମନ୍ତ୍ରୀ ଙ୍କୁ ସବିନୟ ଅନୁରୋଧ ତଥା ଦାବୀ ଉପସ୍ଥାପନ କରୁଛୁ । ଆଶା କରୁଛୁ, ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଏକ ସକାରାତ୍ମକ ନିଷ୍ପତ୍ତି ତଥା ଆଶୁ ପଦକ୍ଷେପ ଗ୍ରହଣ କରିବା ହେବେ । ଡିଆଇଜି ଶ୍ରୀ ସିଂ ଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଓଜେୟୁ କୋରାପୁଟ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ରବିଶଙ୍କର ମହାପାତ୍ର,କୋଷାଧ୍ୟକ୍ଷ ସୁଶୀଲ କୁମାର ଷଡଙ୍ଗୀ, ଉପ ସଭାପତି ତ୍ରିନାଥ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କେ.ସାକିଲି ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...