ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କମିରା ଗ୍ରାମରେ ଦୀର୍ଘ ୭ ଦିନ ଧରି ଚାଲିଥିବା ୨ୟ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି ।
ଅନୁଷ୍ଠିତ ଉଦଯାପନୀ ଦିବସ ରେ ମହାରାଜ କଂସ ଙ୍କ ନିର୍ଦ୍ଧେଶ କ୍ରମେ ଧନୁଯାତ୍ରା କମିଟି ସଭାପତି ଅଶୋକ କୁମାର ନନ୍ଦ ଙ୍କ ଅନୁରୋଧ କ୍ରମେ ଦରବାର କୁ ରାଜ ଅତିଥି ଭାବେ ପୂର୍ବତନ ବିରୋଧୀ ଦଳନେତା ନରସିଂହ ମିଶ୍ର ଯୋଗଦେଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ଉଠାଇବା ସହିତ ସରକାରଙ୍କ ଚାଷୀ ମରଣା ନୀତି ଏବଂ ଚାଷୀ ର ସମସ୍ତ ଧାନକୁ ୩୧୦୦ ଟଙ୍କା ରେ ସରକାର କିଣନ୍ତୁ ବୋଲି ବିଜେପି ସରକାର ଉପରେ ବର୍ଷୀଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କୋଶଲି କବି ତଥା ପଦ୍ମଶ୍ରୀ ହଳଧର ନାଗ, ପ୍ରମୁଖ ଯୋଗଦେଇ ସଂସ୍କୃତିକ ବାର୍ତ୍ତା ଦେଇଥିଲେ । ଶେଷ ରଜନୀ ରେ କଂସ ଏବଂ ଭଗବାନ ଶ୍ରୀ କୃଷ୍ଣ ଙ୍କ ଘମାଘଟ ଯୁଦ୍ଧ ହେବା ପରେ ଶେଷରେ ଭଗବାନ ଙ୍କ ହାତରେ କଂସ ମୃତ୍ୟୁ ହୋଇଥିବା ଦୃଶ୍ୟ ଅଭିନୀତ ହୋଇଥିଲା । ଉଦଘୋଷକ ଭାବେ ହୀରା ମହାକୁର ଯୋଗଦେଇ ସଭା ସଂଯୋଜନା କରିଥିଲେ । ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଙ୍କ ହାତରେ କୋଶଲିକବି ହଳଧର ନାଗ,କଂସ ମହାରାଜ ଶୁଭମ ଘିବିଲା ପ୍ରମୁଖଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।
ପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପ୍ରକାଶ ଥାଉକି ଏହି ଧନୁଯାତ୍ରା ରେ ମହାରାଜ କଂସ ଭାବରେ ଅଭିନୟ କରିଥିବା ମାୟାବର୍ହା ଗ୍ରାମର ଶୁଭମ ଘିବିଲା ଙ୍କୁ ମାତ୍ର ୧୭ ବର୍ଷ ହେଉଛି । ସେ ଶ୍ରୀରାମ କଲେଜ ରାମପୁର ରେ ଯୁକ୍ତ ତିନି ର ପ୍ରଥମ ବର୍ଷ ରେ ଆଧ୍ୟୟନ କରୁଛନ୍ତି । ଛାତ୍ର ଜୀବନ ରେ ଏଭଳି କଳା ପ୍ରଦର୍ଶନ ଏବଂ ତାଙ୍କର ଚମତ୍କାର ଅଭିନୟ ଦର୍ଶକ ଙ୍କ ମନକୁ ଛୁଇଁପାରିଛି । ଏହି ଧନୁଯାତ୍ରା ରେ କାର୍ଯ୍ୟକାରୀ ସଭାପତି ସଞ୍ଜିବ ତ୍ରିପାଠୀ ସଂପାଦକ ପଞ୍ଚାନନ ଦଣ୍ଡାସେନା, କୋଷାଧ୍ୟକ୍ଷ ଦୀପ୍ତି ରଞ୍ଜନ ମିଶ୍ର ପ୍ରମୁଖ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।