32.9 C
Balāngīr
Wednesday, April 23, 2025

କଣାସ ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି : ବଢୁଛି ଆକ୍ରାନ୍ତଙ୍କ ସଂଖ୍ଯା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୨/୦୧) : ପୁରୀ ଜିଲ୍ଲା କଣାସ ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ଏନେଇ ତତ୍ପର ହୋଇଛି ପୁରୀ ଜିଲ୍ଲା ପ୍ରଶାସନ । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ହସ୍ପିଟାଲରେ ୧୧ ଜଣରୁ ଅଧିକ ଚିକିତ୍ସିତ ହେଉଛନ୍ତି ଏବଂ ବେସରକାରୀ ଭାବେ ୪ ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି। ତେବେ ଦୂଷିତ ପାଣି ବ୍ୟବହାର ଯୋଗୁଁ ଲୋକମାନେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ପୁରୀ ସିଡିଏମଓ କହିଛନ୍ତି। ଦୀର୍ଘ ଦିନ ହେବ ଲୋକମାନେ ପାନୀୟ ଜଳ ସମସ୍ୟାକୁ ନେଇ ହନ୍ତସନ୍ତ ହେଉଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନର ଅବହେଳାକୁ ସାଧାରଣରେ ସମାଲୋଚନା କରାଯାଇଛି । ଅନ୍ୟପଟେ ସ୍ବାସ୍ଥ୍ଯ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ଯ ଘଟଣାର ଅନୁଧ୍ଯାନ କରାଯାଉଛି । ଲୋକ ମାନଙ୍କୁ ସଚେତନ ରହିବା ସହ ବିଶୁଦ୍ଧ ପାଣି ବ୍ଯବହାର ପାଇଁ କୁହାଯାଇଛି ବୋଲି କହିଛନ୍ତି।

ରବିବାର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ରୁପଭାନୁ ମିଶ୍ର ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହାପରେ ସିଡିଏମଓ’ ଡାକ୍ତର ରୁପଭାନୁ ମିଶ୍ର କହିଥିଲେ କଣାସ ଅଞ୍ଚଳରେ ଯେଉଁ ଡାଇରିଆ ବ୍ୟାପୁଛି, ତାହାର ମୁଖ୍ୟ କାରଣ ପାଣି ସମସ୍ୟା । ଲୋକଙ୍କ ପାଇଁ ଅଧିକ ପାନୀୟ ଜଳ ଯୋଗାଣର ଆବଶ୍ୟକ ରହିଛି । ସ୍ଥାନୀୟ ଦୟା ନଦୀର ଜଳ ପ୍ରଦୂଷିତ ହୋଇଥିବା ଜଳ ପରୀକ୍ଷଣରୁ ଜଣାପଡୁଛି । ଏଣୁ ଆମେ ଲୋକଙ୍କୁ ଦୟା ନଦୀର ଜଳ ବ୍ୟବହାର କରିବାକୁ ମନା କରିଛୁ । ଲୋକଙ୍କୁ ଟ୍ୟାଙ୍କର ଜରିଆରେ ପିଇବା ପାଣି ଯୋଗାଇ ଦିଆଯାଉଛି । ନଳକୂପ ପାଣିକୁ ଅନ୍ୟାନ୍ୟ ବ୍ୟବହାର କରିବାକୁ କହିଛୁ ବୋଲି ସିଡିଏମଓ କହିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...