32.9 C
Balāngīr
Sunday, April 20, 2025

କଣିଁହା ବ୍ଳକ ଗହମ ଗାଁରେ ଭୟଙ୍କର ରୂପ ନେଉଛି ଝାଡ଼ାବାନ୍ତି, ୧୦୦ ରୁ ଅଧିକ ଆକ୍ରାନ୍ତ

Must read

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଅନୁଗୁଳ /କଣିଁହା, (୦୬/୦୪) : ଆପ୍ର. : ଅନୁଗୁଳ କଣିଁହା ବ୍ଳକ ଗହମ ଗାଁରେ ଭୟଙ୍କର ରୂପ ନେଉଛି ଝାଡ଼ାବାନ୍ତି । ୧୦୦ ରୁ ଅଧିକ ଆକ୍ରାନ୍ତ ହେଲେଣି ।

୨୦ ଅଧିକ ଲୋକ ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ଗୁରୁବାର ଠାରୁ ଗାଁ’ରେ ଝାଡା ବାନ୍ତି ଆରମ୍ଭ ହୋଇଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ର ଅନୁଗୁଳରୁ ଏକ ଟିମ୍ ଆସି ଗାଁର ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତଙ୍କୁ ORS ଏବଂ ଔଷଧ ବଣ୍ଟନ ବ୍ୟବସ୍ଥା କରିଥିଲେ । ପାଣିର ନମୁନା ସଂଗ୍ରହ କରିଥିଲେ। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ନଦୀର ଦୂଷିତ ପାଣିକୁ ପାନୀୟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିବା ଫଳରେ ଗାଁ’ରେ ଝାଡା ବାନ୍ତି ବ୍ୟାପୁଛି ।

ନଦୀ ପାଣିକୁ ପାଇପ ଯୋଗେ ସିଧା ସଳଖ କୌଣସି ପ୍ରକ୍ରିୟାକରଣ ନକରି ପିଇବା ପାଇଁ ଯୋଗାଇବା ଫଳରେ ଏଭଳି ସ୍ଥିତି ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ସ୍ବୀକାର କରିଛି। ଅନ୍ୟପଟେ ପାନୀୟ ଜଳ ଯୋଗାଣ ଅଧିକାରୀ କହିଛନ୍ତି, ପାଣିର ଟେଷ୍ଟ ରିପୋର୍ଟ ଆସିବା ସଂକ୍ରମଣ ର କାରଣ ସ୍ପଷ୍ଟ ହୋଇଯିବ। ସଂକ୍ରମଣ ରୋକିବା ପାଇଁ ଯାହା ଯାହା ସାବଧାନତା ଅବଲମ୍ବନ କରିବା କଥା, ଆମ ତରଫରୁ କରାଯାଉଛି ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ ପାଳିତ

ଗଞ୍ଜାମ, (୧୯/୦୪) : ଆପ୍ର. : ଗଞ୍ଜାମ ସହରସ୍ଥିତ ଆଖଡ଼ାବନ୍ଧ ସାହି ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ପକ୍ଷ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆଖଡ଼ାବନ୍ଧ ସାହି, ପଣ୍ଡା ସାହି, ଗୌଡ଼ ସାହି ଓ ମଧ୍ୟଖଣ୍ଡ...

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (୧୯/୦୪) : ଆପ୍ର. : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ...

ଖୁବଶୀଘ୍ର ଆସିବ ନୂଆ ରାସନ କାର୍ଡ ଓ ନୂଆ ତାଲିକା

ଭୁବନେଶ୍ୱର, (୧୯/୦୪) : ଆପ୍ର. : ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର । ରାଜ୍ୟରେ ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ରାଜ୍ୟ...

ବୈତରଣୀ କେଶରି କୁଣ୍ଡରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଦଶମ ଶ୍ରେଣୀ ଛାତ୍ର

କେନ୍ଦୁଝର, (୧୯/୦୪) : ଆପ୍ର. : ଗାଧୋଇବା ବେଳେ ବୁଡ଼ିଗଲେ ୨ ଜଣ ଦଶମ ଛାତ୍ର। ଚମ୍ପୁଆ ସରେଇ ଗାଁଆ ବୈତରଣୀ ନଦୀ କେଶରୀ କୁଣ୍ଡରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡି...

ରେଳ ଧାରଣରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (୧୯/୦୪) : ଆପ୍ର. : ହରିଶଙ୍କର ରୋଡ଼ -ତୁରେକେଲା ରୋଡ଼ ରେଳ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ରେଳ ଧାରଣାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବତ୍ତର୍ମାନ୍...