32.9 C
Balāngīr
Tuesday, July 15, 2025

କଣ୍ଟାବାଞ୍ଜିକୁ ୩-୧ ଗୋଲରେ ହରାଇ ବଲାଙ୍ଗିର ସେମିରେ; ମୁରିବାହାଲ ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୩/୦୨) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୁଲ୍ୟରେ ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।WhatsApp Image 2025 02 03 at 19.25.33 କଣ୍ଟାବାଞ୍ଜିକୁ ୩-୧ ଗୋଲରେ ହରାଇ ବଲାଙ୍ଗିର ସେମିରେ; ମୁରିବାହାଲ ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

ସୋମବାର ବଲାଙ୍ଗିର ଵିଏମସି ଓ କଣ୍ଟାବାଞ୍ଜି ଆରଏନଏଫସି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଦଳ ୩-୧ ଗୋଲରେ ବିଜୟୀ ହୋଇ ଗ୍ରୁପ୍ ବି ର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ସୋମବାର ମ୍ୟାଚରେ ଗୁଡିଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ ଭଗତ ନାଗ ମୁଖ୍ୟଅତିଥି,ଦେବଙ୍ଗ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାମରତନ ମେହେର, ଗଁରେଇ ଡ ଵିଆର ଆମ୍ବେଦକର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ତରୁଣ ପୋଢ଼,ସିଲେଟପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ରିୟ ଭୋଇ,ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର,ଉପଦେଷ୍ଟା ଭଗବାନ ମହାନ୍ତି,ବ୍ୟବସାୟୀ ଭରତ ଦାସ,ହଳଦୀ କୃଷକ ମଣ୍ଡଳ ସଭାପତି ହରେକୃଷ୍ଣ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।

ମ୍ୟାଚକୁ ରେଫରି ଦୁଷ୍ମନ୍ତ ସାହୁ,ଭୋଜରାଜ ଭୋଇ ଓ ଯୁବରାଜ ଭୋଇ ପରିଚାଳନା କରିଥିଲେ । ଅଫିସିଆଲ ମ୍ୟାଚ ରେଫରୀ ରୂପେ ଶରତ ପଧାନ ଦାୟିତ୍ୱରେ ଥିଲେ । ସୁଦାମ ବଘାର ଓ ଲିଲୁମୋହନ ପଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ ମୁରିବାହାଲ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବର ମୁଖ୍ୟ ଆୟୋଜକ ଶ୍ରୀବତ୍ସ ବେହେରା,ସଭାପତି ବଡ଼ ଭୋଇ, କାର୍ଯ୍ୟକାରୀ ସଭାପତି ଭିକି ମହାରଣା,ସାଧାରଣ ସମ୍ପାଦକ ପ୍ରଦୀପ ବଘାର, ସମ୍ପାଦକ ଦିବ୍ୟସୁନ୍ଦର ସାହୁ, କୋଷାଧ୍ୟକ୍ଷ ସୁଧାଂଶୁ ପୋଡ଼ ଯାଦବଙ୍କ ସହ ପଦ୍ମଲୋଚନ ବାଗ, ପ୍ରକାଶ ବଘାର, ଯଶୋବନ୍ତ ନାଏକ, ଗୋପୀନାଥ ମାଝୀ, ଦୂର୍ବାଦଳ ଭୋଇ,ପ୍ରଫୁଲ୍ଲ ବଘାର, ଖଗେଶ୍ବର ଭୋଇଙ୍କ ସହ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । ମଙ୍ଗଳବାର ଜରାସିଂହା ଓ ମୁରିବାହାଲ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...