32.9 C
Balāngīr
Thursday, July 10, 2025

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ଦୁଇଟି ଅମୃତ ଧାରା ଉଦଘାଟିତ ଓ ଶିବ,ବୃଷଭ ମୂର୍ତ୍ତି ଉନ୍ମୋଚିତ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୦୫/୦୮) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ଆଜି ସୋମବାର ମୁରିବାହାଲ ସଦର ମହକୁମାରେ ନବନିର୍ମିତ ଦୁଇଟି ମନ୍ଦିରରେ ଅମୃତ ଧାରା ଉଦଘାଟିତ ହୋଇଥିବା ବେଳେ ସ୍ଥାନୀୟ ଖଜୁରୀ ବନ୍ଧରେ ନିର୍ମିତ ଭଗବାନ ଶିବ ଓ ବୃଷଭଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି ।WhatsApp Image 2024 08 05 at 18.54.13 କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ଦୁଇଟି ଅମୃତ ଧାରା ଉଦଘାଟିତ ଓ ଶିବ,ବୃଷଭ ମୂର୍ତ୍ତି ଉନ୍ମୋଚିତ

ବିଧାୟକ ଶ୍ରୀ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଥମେ ଘଣ୍ଟବାହାଲ ହନୁମାନ ମନ୍ଦିରକୁ ପହଞ୍ଚି ନବନିର୍ମିତ ଅମୃତ ଧାରାକୁ ଉଦଘାଟନ କରିଥିଲେ । ଏଠାରୁ ମନ୍ଦିରର ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ପାଇଁ ସ୍ବଚ୍ଛ ଓ ଥଣ୍ଡା ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଏହାପରେ ବିଧାୟକ ଶ୍ରୀ ବାଗ ସଦର ମହକୁମା ଖଜୁରୀ ବନ୍ଧ ମଝିରେ ନବନିର୍ମିତ ଭଗବାନ ଶିବ ଓ ବୃଷଭଙ୍କ ଭବ୍ୟ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା ପରେ ଉନ୍ମୋଚିତ କରିଥିଲେ। ଶେଷରେ ବିଧାୟକ ଶ୍ରୀ ବାଗ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖରେ ମନ୍ଦିରର ଶ୍ରଦ୍ଧାଳୁ ଓ ପଥଚାରୀଙ୍କ ପାଇଁ ନବନିର୍ମିତ ଅମୃତ ଧାରାକୁ ଉଦଘାଟନ କରିଥିଲେ ।

ମୁରିବାହାଲ ସଦର ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ବବିହାରୀ ଯୋଶୀଙ୍କ ସଭାପତିତ୍ବରେ ତଥା ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଉପାଧ୍ୟକ୍ଷା ଯାଜ୍ଞସେନି ହାତୀ,ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଓ ପଞ୍ଚାୟତ ପିଇଓ ପ୍ରକାଶ ପନିକା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ଟିକୁ ଥନାପତି ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବହୁ ସରପଞ୍ଚ, ପଞ୍ଚାୟତର ୱାର୍ଡସଭ୍ୟ, ଶତାଧିକ ଦଳୀୟ କର୍ମୀ,ସ୍ଵାମୀ ବିବେକାନନ୍ଦ ଯୁବକ ସଂଘର ବହୁ କର୍ମକର୍ତ୍ତାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...