ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୦/୩) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ସ୍ଥିତ ରେଲବାଇ ଖେଳପଡ଼ିଆ ଠାରେ କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ସୋମବାର ଆରମ୍ଭ ହୋଇଯାଇଛି ।
ସକାଳ ପ୍ରାୟ ୯ଟା ସମୟରେ କଣ୍ଟାବାଞ୍ଜି ଗ୍ରାମ ଦେବୀ ମାଁ ଦ୍ବାରଶନୀ ଙ୍କ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ମଶାଲ ଯାତ୍ରା ବାହାରି ସହର ମୁଖ୍ଯ ରାସ୍ତାଦେଇ ଖେଳପଡ଼ିଆ ଠାରେ ପହଞ୍ଚିଥିଲା। ପଶ୍ଚିମ ଓଡିଶା ପାରମ୍ପରିକ ବାଦ୍ୟଯନ୍ତ୍ର ଧ୍ବନୀରେ କମ୍ପି ଉଠିଥିଲା ସହର ମୁଖ୍ଯ ରାସ୍ତା। ସମ୍ବଲପୁରୀ ନାଚ ଗୀତରେ ଝୁମି ଉଠିଥିଲେ ଅଞ୍ଚଳ ବାସୀ ।
ଏହି ମଶାଲ ଯାତ୍ରାରେ କଣ୍ଟାବାଞ୍ଜି ବିଧାୟକ ତଥା ମହୋତ୍ସବ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ସଭାପତି ବ୍ରଜ ଶ୍ୟାମ ସୁନ୍ଦର, ବରିଷ୍ଠ ନେତା ଶିବାଜୀ ମହାନ୍ତି, ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝୀ, ବରିଷ୍ଠ ନେତା ଅର୍ଜୁନ ଯାଦବ, କାର୍ଯ୍ୟକାରୀ ସଭାପତି ରାଜେଶ ଅଗ୍ରୱାଲ, ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ଦାସ,ସହ ସମ୍ପାଦକ ମନୋଜ ଦାସ,ତୁଳସିରାମ ଜଗତ, ଦିନେଶ ମହାନନ୍ଦ, ଉପସଭାପତି ଆଶିଷ ଅଗ୍ରୱାଲ, ଉପ, ସଂଜୟ ଅଗ୍ରୱାଲ, କୌଲାଶ ଦୀପ, ସନ୍ତୋଷ ଅଗ୍ରୱାଲ, ନିଶିକାନ୍ତ ମହାପାତ୍ର, ଆବାହକ ପୁଷ୍ପକେତୁ ବେହେରା, ଆଇନ ପରାମର୍ଶଦାତା ବିବେକ ଶର୍ମା, ପ୍ରଚାରକ ରୋହନ କୁମାର ମହତ, ସାଂକୃତିକ ସଂଯୋଜକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଅମରରେନ୍ଦ୍ର ବାଗ, କାର୍ଯ୍ୟକାରିଣୀ ସଦସ୍ଯ ପ୍ରମାନନ୍ଦ ପୁଟେଲ, ରାଜୁ ବାରିକ, ମୋହନ ସୁନା,ସତ୍ୟନାରାୟଣ ଅଗ୍ରୱାଲ, କିଶୋର ମାଝୀ, ସୋନୁ ସତପଥି, ଇଲୁ ନାଗ, ସୋହନ ଗୁରୁ, ବାବୁ ବାଗ, ସୋମନାଥ ଗୁରୁ, ଜତିର ମହାନ୍ତି, ପପୁ ଜୁଏଡ, ମୁକେଶ ବାଗ, କାହ୍ନା ଦୀପ, ରେସବ ବାଗ ସମେତ ଅନ୍ୟ ମାନେ ସାମିଲ ଥିଲେ।