32.9 C
Balāngīr
Wednesday, April 23, 2025

କଣ୍ଟାବାଞ୍ଜି ମାଟିର ମହୋତ୍ସବ ଆରମ୍ଭ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୧/୩) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲବାଇ ଖେଳପଡ଼ିଆ ଠାରେ ସୋମବାର ସନ୍ଧ୍ୟାରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉଦଘାଟିତ ହୋଇଯାଇଛି ।WhatsApp Image 2025 03 12 at 20.46.20 କଣ୍ଟାବାଞ୍ଜି ମାଟିର ମହୋତ୍ସବ ଆରମ୍ଭ

ମାଟିର ମହୋତ୍ସବର ସଭାପତି ବ୍ରଜ ଶ୍ୟାମ ଗୁରୁ ଙ୍କ ର ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟିର ମହୋତ୍ସବର ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ,ମୁଖ୍ୟ ବକ୍ତା ଡ଼ଃ ଫଣିନ୍ଦମ ସିଂ ଦେଓ,ସମ୍ମାନିତ ଅତିଥି ବରଷ୍ଠ ନେତା ଶିବାଜୀ ମହାନ୍ତି,କଣ୍ଟାବାଞ୍ଜି ନଗରପାଳ ବରିୟାମ ସିଂ ସାଲୁଜା, କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଦାସ, ଉପ ସଭାପତି କୈଳାସ ଦୀପ, ଆବାହାକ ପୁଷ୍ପକେତୁ ବେହେରା,ନାରୀନେତ୍ରୀ ନିରୁପମା ମାଝୀ, ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝୀ,ବେଦବ୍ୟାସ ନାଗ, ସଞ୍ଜୟ ଗାନ୍ଧୀ,ରାଜେଶ ଅଗ୍ରୱାଲ, ପିଙ୍କି ଖର୍ସେଲ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ସମ୍ପାଦକ ମନୋଜ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସୃଜନ ସଙ୍ଗୀତ କଲାକାର ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ଅତିଥି ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅଞ୍ଚଳର ଲୋକ କଳା,ଲୋକ ସଂସ୍କୃତି,ଲୋକ ବାଦ୍ୟ,ଲୋକ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଅଞ୍ଚଳର କଳାକାରଙ୍କୁ ସୁଯୋଗ ଦେବାର ଏକ ମାଧ୍ୟମ ହୋଇପାରିଛି। ସଂସ୍କୃତି ପରିବର୍ତ୍ତନଶୀଳ କିନ୍ତୁ ଅବକ୍ଷୟ ମୁଖୀ ନିଜ ଅଞ୍ଚଳର କଳା,ସଂସ୍କୃତିର ସଂରକ୍ଷଣର ଆବଶ୍ୟକତା ରହିଛି। କଳା ବଞ୍ଚିଲେ ସଂକୃତି ବଞ୍ଚିବ ବୋଲି ମୁଖ୍ୟ ବକ୍ତା ଡ଼ଃ ଫଣିନ୍ଦମ ସିଂ ଦେଓ କହିଥିଲେ। ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା ରେ ସଫଳତା ହାସଲ କରିଥିବା ସିନ୍ଧେକେଲା ର ଦିପ୍ତିରେଖା ବାଗ, ବେହେରେନସିଲେଟ ଗାଁ’ର ସୁମନ ନାଏକ, କଣ୍ଟାବାଞ୍ଜି ର ସନ୍ତୋଷ ନାଗ ଙ୍କୁ ମାଟିର ଗୈରବ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।WhatsApp Image 2025 03 12 at 20.46.21 କଣ୍ଟାବାଞ୍ଜି ମାଟିର ମହୋତ୍ସବ ଆରମ୍ଭ

ପରେ ମେଲୋଡ଼ି କାର୍ଯ୍ଯକ୍ରମ ର ଆଜୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି ସନ୍ତୋଷ ଅଗ୍ରୱାଲ, ନିଶିକାନ୍ତ ମହାପାତ୍ର, ସହ ସଂପାଦକ ତୁଳସିରାମ ଜଗତ, ଦିନେଶ ମହାନନ୍ଦ, ଆଶିଷ ଅଗ୍ରୱାଲ, ଆଇନ ପରାମର୍ଶଦାତା ବିବେକ ଶର୍ମା, ପ୍ରଚାରକ ରୋହନ କୁମାର ମହତ, ସାଂକୃତିକ ସଂଯୋଜକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଅମରରେନ୍ଦ୍ର ବାଗ, କାର୍ଯ୍ଯକାଣୀ ସଦସ୍ଯ ପ୍ରମାନନ୍ଦ ପୁଟେଲ, ରାଜୁ ବାରିକ, ସୋହନ ଗୁରୁ,ସୋମନାଥ ସାହୁ, ସୋନୁ ସତପଥୀ, ମୋହନ ସୁନା, ସତ୍ୟନାରାୟଣ ଅଗ୍ରୱାଲ, ପପୁ ଜୁଏଡ, ବିମଳ ହାତୀ, ବିଟୁ ସାଙ୍ଘା ସହ ଅନ୍ୟ ସଦସ୍ଯ ମାନେ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ପୁଅର ପ୍ରେମ ପାଇଁ ବାପାକୁ ହତ୍ୟା, ପୋଲିସର ତଦନ୍ତ ଜାରି

ଗଞ୍ଜାମ, (୨୨/୦୪) : ଆପ୍ର. : ପୁଅର ପ୍ରେମ ପାଇଁ ବାପାକୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁରେ ଘଟିଛି...

କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ

କାଶୀନଗର, (୨୨/୪) : ଆପ୍ର. : କାଶୀନଗର ବ୍ଲକ ରେ ମଦ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଛି । ଗତ କାଲି ଅଲଡା ପଂଚାୟତ ରେ ବିଭିନ୍ନ ମହିଳା ସଂଘଠନ ଗୁଡିକ ତରଫରୁ ଅଲଡା...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି, ଶେଷ ହେବ ସାହିଯାତ

ପୁରୀ, (୨୨/୦୪) : ଆପ୍ର. : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାମାଭିଷେକ ନୀତି । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ...

ରାଜଧାନୀରେ ବ୍ୟାପୁଛି ଝାଡ଼ାବାନ୍ତି, ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ୬ଜଣ ଆକ୍ରାନ୍ତ

ଭୁବନେଶ୍ୱର, (୨୨/୦୪) : ଆପ୍ର. : ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନୀଳାଦ୍ରି ନିବାସ ପରେ ଖଣ୍ଡଗିରିରେ ବ୍ୟାପୁଛି ଝାଡ଼ାବାନ୍ତି। ଗାନ୍ଧି ଯୁକ୍ତ ୨ ବିଦ୍ୟାପୀଠରେ ଝାଡ଼ାବାନ୍ତିରେ ୬ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ...

ପାଣିରେ ବୁଡି ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର, (୨୨/୦୪) : ଆପ୍ର. : ପାଣିରେ ବୁଡି ନାବାଳକ ପୁଅ ର ଚାଲିଗଲା ଜୀବନ । ଗାଧୋଇବା ପାଇଁ ଚାରି ଜଣ ସାଙ୍ଗ ଯାଇ ଥିବା ବେଳେ ଜଣେ ସାଙ୍ଗ ପାଣିରେ...