32.9 C
Balāngīr
Thursday, July 10, 2025

କଣ୍ଟାମାଳ ବ୍ଲକ ସମ୍ମୁଖରେ ଗର୍ଜିଲେ ଗାଁ ସାଥୀ ସଂଘ

Must read

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୦) : କଣ୍ଟାମାଳ ବ୍ଲକ ସମ୍ମୁଖରେ କଣ୍ଟାମାଳ ଗାଁ ସାଥୀ ସଂଘ ପକ୍ଷରୁ ସଂଘ ର ସଭାପତି ଠାକୁର ଚରଣ ନାୟକ ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

କିନ୍ତୁ କଣ୍ଟାମାଳ ବ୍ଲକ ରେ ଦୀର୍ଘଦିନ ଧରି ବିଡ଼ିଓ ଶ୍ରୀମତୀ ବନ୍ଦନା ଖଟୁଆଙ୍କ ଅନୁପସ୍ଥିତି ଯୋଗୁଁ ବ୍ଲକ ର ମୁଖ୍ୟ କିରାଣୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାର୍ଯ୍ୟରତ କଣ୍ଟାମାଳ ବ୍ଲକ ଗାଁ ସାଥୀ ସଂଘ କଣ୍ଟାମାଳ ବ୍ଲକ ସମ୍ମୁଖରେ ୭ ଦଫା ଦାବି ନେଇ ବିଡ଼ିଓ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।

ଗାଁ ସାଥୀ ମାନଙ୍କ ର ମାସିକ ପ୍ରୋତ୍ସାହନ ରାଶି ୮୦୦୦ ଟଙ୍କା ପ୍ରଦାନ ବ୍ୟବସ୍ଥା କରାଯାଉ । ମନରେଗା କାର୍ଯ୍ୟରେ ପତ୍ର ସଂଖ୍ୟା – ୯୪୦ ତା.୧୯/୦୧/୨୦୧୯ ଦ୍ଵାରା ସମସ୍ତ ଗାଁ ସାଥୀ ମାନଙ୍କୁ ମାସକୁ ୧୦ ଦିନ ବର୍ଷକୁ ୧୦୦ ଦିନ କାର୍ଯ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ । ମନରେଗା କାର୍ଯ୍ୟରେ ଜବ କାର୍ଡ ଧାରୀ ମାନଙ୍କୁ ୧୦୦ ଦିନ ବଦଳରେ ୨୦୦ ଦିନ କରାଯାଉ । ମନରେଗା କାର୍ଯ୍ୟରେ ଦୈନିକ ମଜୁରୀ ୨୧୫ ଟଙ୍କାରୁ ୩୦୦ ଟଙ୍କା ରୁ ଊର୍ଦ୍ଧ୍ୱ ରଖାଯାଉ । ଗାଁ ସାଥୀ ମାନଙ୍କ ବିରୁଦ୍ଧରେ ହୋଇଥିବା ନକାରାତ୍ମକ ସରକାରୀ ଚିଠିର ପ୍ରତ୍ୟାହାର କରାଯାଉ ।

କଣ୍ଟାମାଳ ବ୍ଲକରେ ଗାଁ ସାଥୀ ମାନଙ୍କ ଡାଟା ବେଶ୍ ପ୍ରସ୍ତୁତ କରାଯାଉ। ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ । ତା ସହ ବ୍ଲକ ଓ ଜିଲ୍ଲାକୁ ଦିଆଯାଇଥିବା ୨୩ ଦଫା ଦାବି କୁ ପୂରଣ କରାଯାଉ । ଏହି ଦାବୀ ଗୁଡ଼ିକ ମୁଖ୍ୟମନ୍ତ୍ରୀ ଙ୍କୁ ଦେବା ସହ 5T ସଚିବ ଭୁବନେଶ୍ଵର ଓ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଦାବୀ ଜଣାଇଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...