32.9 C
Balāngīr
Monday, April 28, 2025

କଣ୍ଟେନରରୁ ୩୧ ଗାଈଗୋରୁ ଉଦ୍ଧାର

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୮/୦୩) : ସମ୍ବଲପୁର ଦେଇ ବେଆଇନ ଭାବରେ ଗୋ ଚାଲାଣ କରାଯାଉଥିବା ବେଳେ ଏକ କଣ୍ଟେନରକୁ ବଜରଙ୍ଗ ଓ ବିଜେପି ଦଳର କାର୍ଯ୍ୟକର୍ତ୍ତାମାନେ ଧରିଛନ୍ତି ।

ଶୁକ୍ରବାର ଲକ୍ଷ୍ମୀ ଡୁଙ୍ଗୁରୀ ଦେଇ ଏକ କଣ୍ଟେନରରେ ବେଆଇନ ଭାବରେ ଗୋ ଚାଲାଣ କରାଯାଉଥିବାର ଖବର ମିଳିବାରୁ ତାକୁ ରେଳ ଧାରଣା ନିକଟରେ ଅଟକା ଯାଇଥିଲା। ଛତିଶଗଡ଼ ରାଜ୍ୟର ପଞ୍ଜିକୃତ ଉକ୍ତ ଗାଡିକୁ ଚେକିଂ କରିବାରୁ ସେଥିରୁ ୩୧ ଗୋଟି ଗାଈଗୋରୁ ମିଳିଥିଲା। ଏଣୁ ତୁରନ୍ତ ପୁଲିସକୁ ଖବର ଦିଆଯାଇ ଗାଈଗୋରୁ ମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଗାଡିର ଚାଳକ ଓ ଅନ୍ୟ ସହାୟକ ମାନେ ଫେରାର ହୋଇଯାଇଥିଲେ । ଉଦ୍ଧାର କରାଯାଇଥିବା ଗାଈଗୋରୁ ମାନଙ୍କୁ ପୁତାପାଲି ସ୍ଥିତ ଶ୍ରୀକୃଷ୍ଣ ଗୋଶାଳାରେ ନିଆଯାଇ ସୁରକ୍ଷିତ ରଖାଯାଇଛି ।

ଏ ନେଇ କ୍ଷେତରାଜପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅପରପକ୍ଷରେ ଗୋ ଚାଲାଣକାରୀ ମାନେ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳରୁ ପଶ୍ଚିମବଙ୍ଗର କୋଲକତାକୁ ଏହି ଗୋ ଚାଲାଣ କରୁଥିବାର ବିଜେପି ଓ ବଜରଙ୍ଗ ଦଳର କର୍ମୀ ମାନେ ଅଭିଯୋଗ କରିଛନ୍ତି।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...