32.9 C
Balāngīr
Wednesday, April 30, 2025

କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ ୧୪ ରୁ ମୁରିବାହାଲ ଧନୁଯାତ୍ରା ମୋହତ୍ସବ

Must read

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୧୩/୨) : ମୁରିବାହାଲ ବ୍ଲକ ସଦର ସ୍ଥିତ ଧନୁଯାତ୍ରା ପଡିଆଠାରେ ଷଷ୍ଠତମ ଧନୁଯାତ୍ରା ମୋହତ୍ସବ ଆସନ୍ତା ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ।WhatsApp Image 2025 02 13 at 17.53.27 କମିଟି ପକ୍ଷରୁ ସାମ୍ବାଦିକ ସମ୍ବିଳନୀ ୧୪ ରୁ ମୁରିବାହାଲ ଧନୁଯାତ୍ରା ମୋହତ୍ସବ

ଏହି ଉପଲକ୍ଷେ କମିଟି ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ଗୁରୁବାର ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା । ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ମଥୁରା ନଗର ଏବଂ ବନବାହାଲ ଗୋପପୁର ପାଲଟିବ । ୧୪ ତାରିଖ ଠାରୁ ପ୍ରତ୍ୟହ ସନ୍ଧ୍ୟା ୭ ଟାରେ କଂସ ଦରବାର ଅନୁଷ୍ଠିତ ହେବ ।ପୌରାଣିକ କଥାବସ୍ତୁକୁ ନେଇ ନାଟ୍ୟାଭିନୟ ସହିତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଦର୍ଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି  ଆୟୋଜକ କମିଟୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

ଦୁର୍ମିଳା ସୁର ଵଧ,ନାରଦ କଂସଙ୍କ ସମ୍ବାଦ, ଦେବକୀ ବିବାହ,କଂସ ସିଂହାସନ ଆରୋହଣ, ଷଡ଼ପୁତ୍ର ବିନାଶ, ସ୍ୱର୍ଗପୁର ଆକ୍ରମଣ, ନନ୍ଦ ଉତ୍ସବ,କାଳୀୟ ଦଳନ,ଗୋପପୁର ରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ରହିଥିବା ସୂଚନା ଦିଆଯାଇଥିଲା । ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀ ରେ ଉପ ସଭାପତି ସୁବ୍ରତ ମହାକୁର,ସରପଞ୍ଚ ବିଶ୍ୱ ବିହାରୀ ଯୋଶୀ,ଲକ୍ଷ୍ମୀକାନ୍ତ ଧରୁଆ, ଶ୍ୟାମ ସୁନ୍ଦର ଝାଙ୍କର, ଦିବ୍ୟ ସୁନ୍ଦର ସାହୁ,କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି,ରମେଶ କୁମାର ନାଗ,ସୁଦାମ ସାହୁ,କୋଷାଧ୍ୟକ୍ଷ ଭରତ ଦାସ,ପଦ୍ମଲୋଚନ ସାହୁ,ସଂଯୋଜକ ସୁଧାଂଶୁ ପୋଢ଼ ଯାଦବ,ଉଦିତ କଟା, ପ୍ରଚାର ପ୍ରସାର ସମ୍ପାଦକ ମନୋଜ କୁମାର କର, କେଦାର ବଡ଼ଜେନା,କମିଟି ସଦସ୍ୟ ବାବୁଲି ରାଉତ, କରନ ଜାଲ, ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...