32.9 C
Balāngīr
Wednesday, April 30, 2025

କମିରା ଧନୁଯାତ୍ରା ମହୋତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟାରେ ଦେବକୀ ବସୁଦେବ ବିବାହ, ଉଗ୍ରେସେନ ର ଗାଦିଚ୍ୟୁତ, କଂସର ସିଂହାସନ ଆରୋହଣ

Must read

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତଗର୍ତ ସିଂଘିଯୁବା ପଞ୍ଚାୟତ କମିରାରେ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି ।

ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟି ସଭାପତି ଅଶୋକ ନନ୍ଦଙ୍କ ନେତୃତ୍ବରେ ରାମପୁର ଶ୍ରୀରାମ ମହାବିଦ୍ୟାଳୟ ପରିଚଳନା କମିଟି ସଭାପତି ରମେଶ ପୂଜାରୀ ମୂଖ୍ୟ ଅତିଥି, ଡ଼ୁଙ୍ଗୁରିପାଲି ବ୍ଳକ ଉପାଧକ୍ଷ ମକରଧ୍ବଜ ସାହୁ ,ବିରମାହାରାଜପୁର ବ୍ଳକ ଉପାଧକ୍ଷ ନାରାୟଣ ଲୁହା ,ସିଘିଂଯୁବା ପଞ୍ଚାୟତ ସରପଞ୍ଚ ପଦ୍ମିନୀ ତ୍ରିପାଠୀ,କମିରା ଧନୁଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ସଂଞ୍ଜିବ ତ୍ରୀପାଠୀ, ଆତ୍ମାକମିଟି ଚ୍ୟାୟାରମେନ ତପନ ପଣ୍ଡା, ସଂଘିଯୁବା ପେସ୍କ ସଭାପତି ମନୋଜ ସାହୁ, ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଫିତାକାଟି ଧନୁଯାତ୍ରା ମହୋତ୍ସବକୁ ଉଦଘାଟନ କରିଥିଲେ । ଅନୁଷ୍ଟିତ ରାଜ ସଭାରେ ମହାରାଜା, ପାତ୍ର ମନ୍ତ୍ରୀ, ପ୍ରମୁଖ ଉପସ୍ତିତ ରହି ବିଭିନ୍ନ ଆଲୋଚନା କରିଥିଲେ ।

ରାଜ ଅତିଥି ମାନଙ୍କ ମନ ମୁଗ୍ଧ ପାଇଁ ବିଭିନ୍ନ ନାଚ ଗୀତର ଆଯୋଜନ କରାଯାଇଥିଲା । ପରେ ଗର୍ଗ ମୁନି ଓ ନାରଦଙ୍କ ପରାମର୍ଶ କ୍ରମ ମହାରାଜ ଉଗ୍ରେସନ ତାଙ୍କର ଏକମାତ୍ର ଅଳିଅଳ କନ୍ୟା ଦେବକୀର ବିବାହ ବସୁଦେବଙ୍କ ସହ କରାଇଥିଲେ । ଯୁବରାଜ କଂସ, ଭଉଣୀ ଦେବକୀ, ଭେଣୋଇ ବସୁଦେବଙ୍କୁ ଛାଡି ଯାଉଥିବା ବେଳେ ହଠାତ୍ ଶୂନ୍ୟବାଣି ଶୁଣିଥିଲା । ‘ରେ ରେ କଂସ ତୋତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ’ ଏଥିରେ କଂସ ବିଚଳିତ ହୋଇ ଦେବକୀ ଓ ବସୁଦେବଙ୍କୁ ମଥୁରା କାରାଗାରରେ ବନ୍ଦୀ କରି କଡାପ୍ରହରୀ ମଧ୍ୟରେ ରଖିଥିଲେ । ଏହାପରେ ମଥୁରା ନରେଶ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି ନିଜେ କଂସ ସିଂହାସନ ଆରୋହଣ କରିଥିଲା । ଶେଷରେ ଯାତ୍ରା କମିଟି କୋଷାଧ୍ୟକ୍ଷ ଦିପ୍ତି ରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...