32.9 C
Balāngīr
Thursday, July 10, 2025

କଲ୍ୟାଣସିଂହପୁର ବ୍ଳକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା(୦୮/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ଅଧ୍ୟକ୍ଷ ଜଗେନ୍ଦ୍ର ୱାଡାକା ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଅନୁସୂଚିତ ଜାତି ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।659ed820 6df6 4269 b247 3ececa057156 କଲ୍ୟାଣସିଂହପୁର ବ୍ଳକ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର ବ୍ଳକ ପଞ୍ଚାୟତ ସମିତି ବୈଠକ ରେ ବିଡ଼ିଓ ସୁଧାକର ରଇତ,ସାଂସଦ ପ୍ରତିନିଧି ଗୁଡୁଲା ପ୍ରସାଦ ରାଓ, ରାଜ୍ୟ ସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନିବାସ ରାଓ , ଜିଲ୍ଲା ପରିଷଦ ସଦସ୍ୟ ବଳରାମ ନାଚିକା ମାଞ୍ଚାସିନା ରହୁଥିଲେ । ଶିକରପାଇ ଠାରୁ କଲ୍ୟାଣ ସିଂହପୁର ପର୍ଯ୍ୟନ୍ତ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ସଡକ କାର୍ଯ୍ୟ ସଠିକ ଭାବରେ ହେଉଥିବା ସହ ଅଧିକାରୀ ମାନେ ଉପସ୍ଥିତ ରହୁ ନ ଥିବା ଅଭିଯୋଗ କରିଥିଲେ ।

ମନଇଚ୍ଛା ରାସ୍ତା ଖୋଲି ଦେଉଥିବା ଯୋଗୁଁ ପାଇପ ଲାଇନ ଉପୁଡି ପଡୁଥିବାରୁ ପାନୀୟ ଜଳ ସମସ୍ୟା ଦେଖାଦେଉଛି । ଜଳ ଓ ପରିମଳ ବିଭାଗ ର କର୍ମଚାରୀ ମାନେ କାର୍ଯ୍ୟ କରି ନ ଥିବା ଅଭିଯୋଗ ହୋଇଛି । ଜଣକ ନାମ ରେ ଆସିଥିବା ଆବାସ ଯୋଜନା ର ବିଲ ଅନ୍ୟ ଜଣଙ୍କ ନାମ କିପରି ଚଢ଼ିଛି ତାହାକୁ ନେଇ ଆଲୋଚନା ହୋଇଥିଲା । ମାନେରେଗା ରେ ପୂର୍ବରୁ କାର୍ଯ୍ୟ ହୋଇଥିବା ବିଲ ହୋଇ ନ ଥିବା ନେଇ ଉପସ୍ଥିତ ଥିବା ସରପଞ୍ଚ,ସମିତି ସଦସ୍ୟ ମାନେ ଅଭିଯୋଗ କରିଥିଲେ । କାରଣ ଆଶିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ବଦଲି ହୋଇଯାଇଥିବା ଜଣାପଡିଛି ।

ସୁନାଖଣ୍ଡି ପଞ୍ଚାୟତ କୁ ସି ଡ଼ି ପି ଓ ପରିଦର୍ଶନ ରେ ଯାଉ ନ ଥିବା ଓ ଠିକ ଭାବରେ ଅଣ୍ଡା ବଣ୍ଟନ ହେଉ ନ ଥିବା ନେଇ ସମିତି ସଭ୍ୟ ଅମରାପୁ ହେମାଗିରି ଅଭିଯୋଗ କରିବା ଯୋଗୁଁ ବି ଡ଼ି ଓ ଓ ମନ୍ତ୍ରୀ ସି ଡ଼ି ପି ଓ ଙ୍କୁ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପାଣିର ଅଭାବ ଯୋଗୁଁ ବହୁ ଚାଷଜମି ପଡିଆ ପଡିଛି । ସେହି ଜମିରେ ଧାନ ଚାଷ ବଦଳରେ ଅନ୍ୟ ଚାଷ କରିବା ପାଇଁ ଓ ଚାଷୀଙ୍କୁ ସହଯୋଗ କରିବା ପାଇଁ କୃଷି ଅଧିକାରୀଙ୍କୁ କହିଥିଲେ । ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ, ଡ୍ରେନ, କାମ ପାଇଁ ଅଭିଯୋଗ କରିଥିଲେ । ନୂତନ ରାସନ କାଡ଼ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ଉକ୍ତ ବୈଠକ ରେ ଆସିଷ୍ଟାଣ୍ଡ ଇଂଜିନିୟର, ରାଜସ୍ୱ ବିଭାଗ, ଯୋଗାଣ ବିଭାଗ ର କୌଣସି ଅଧିକାରୀ ମାନେ ଉପସ୍ଥିତ ରହି ନ ଥିବା ଯୋଗୁଁ ଉପସ୍ଥିତ ଅଧିକାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିରେ ବ୍ଳକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଦସ୍ୟ ଓ ସମସ୍ତ ଭିବାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...