32.9 C
Balāngīr
Tuesday, July 15, 2025

କଳଙ୍କିତ ହେଲା ସଂପର୍କ; ନାବାଳିକା ଝିଅକୁ ଗର୍ଭବତୀ କଲା ବାପା

Must read

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୪/୦୧) : କଳଙ୍କିତ ହେଲା ବାପା ଝିଅର ସମ୍ପର୍କ। ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା। ବଲାଙ୍ଗିର ଜିଲ୍ଲାରେ ଏଭଳି ଲଜ୍ଜାକର ଘଟଣା ଘଟିଛି । ପୁଲିସ ଅଭିଯୁକ୍ତ ବାପାକୁ ଅଟକ ରଖିଛି ।

ଅଭିଯୁକ୍ତ ଛଦ୍ମ ନାମ (କୁନା) ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ସବୁବେଳେ ଝଗଡ଼ା ହେଉଥିଲା। ଏଥିପାଇଁ ସ୍ତ୍ରୀ ୭ବର୍ଷ ହେବ ବାପ ଘରେ ରହୁଥିଲେ । କୁନାଙ୍କ ୨ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବାପା ଓ ୧୬ ବର୍ଷୀୟ ଝିଅ ଘରେ ରହୁଥିଲେ । କୁନା ନିଜ ଝିଅକୁ ଦୁଷ୍କର୍ମ କରୁଥିଲେ । ଏହାରି ଭିତରେ ନାବାଳିକା ଝିଅଟି ଗର୍ଭବତୀ ହୋଇଥିଲା । ଝିଅଟି ଗର୍ଭବତୀ ଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଏନେଇ ଗାଁର ଆଶା କର୍ମୀଙ୍କୁ ଜଣାଇଥିଲେ । ଆଶାକର୍ମୀ ଘଟଣା ସଂପର୍କରେ ବେଲପଡ଼ା ସିଡିପିଓଙ୍କୁ ଅବଗତ କରାଇଥିଲେ ।

ସିଡିପିଓ ଘଟଣାର ସତ୍ୟାସତ ଜାଣିବା ପରେ ବେଲପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଲିସ ନାବାଳିକା ଉଦ୍ଧାର କରି ଗର୍ଭ ଟେଷ୍ଟ କରିଥିଲା । ରିପୋର୍ଟ ପଜେଟିଭ ଆସିବା ପରେ ନାବାଳିକାଙ୍କୁ ପୁଲିସ ବଲାଙ୍ଗିର ସଖୀ ସେଣ୍ଟର ରଖିଛି । ଏଥିସହ ଅଭିଯୁକ୍ତ ବାପାକୁ ଗତକାଲିଠୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

- Advertisement -spot_img

More articles

- Advertisement -spot_img

Latest article

ତେଜୁଛି ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ

ଭୁବନେଶ୍ୱର, (୧୫/୦୭) : ଆପ୍ର. : ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ ଓ ବାମପନ୍ଥୀ ଦଳ । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳର ଓଡ଼ିଶା...

ପରକୀୟା ପ୍ରୀତି କୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଙ୍କ ଆତ୍ମହତ୍ୟା

ବାଲିଗୁଡା, (୧୫/୭) : ଆପ୍ର. : ସ୍ୱାମୀ ର ଅନ୍ୟ ଏକ ଯୁବତୀ ଙ୍କ ସହ ପ୍ରେମ ବ୍ୟାପାର କୁ ନେଇ ପ୍ରଥମ ସ୍ତ୍ରୀ ର ବିରୋଧ ପରେ ସ୍ୱାମୀ ଓ ତାଙ୍କ...

ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍

ବାଲିଗୁଡା, (୧୫/୭) : ଆପ୍ର. : ବାଲିଗୁଡା ବନଖଣ୍ଡ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପିସିସିଏଫ୍ l ବାଲିଗୁଡା ବନ ଖଣ୍ଡ ରେ ବନ ମହୋତ୍ସବ ସପ୍ତାହ ପାଳନ ପରେ ଆଜି ବାଲିଗୁଡ଼ା...

ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ

ମୁରିବାହାଲ, (୧୫/୭) : ଆପ୍ର. : ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଶୋକସଭା ନାରୀ ନିର୍ଯାତନା କମିଟି ଗଠନ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ

ବାଲେଶ୍ୱର, (୧୫/୦୭) : ଆପ୍ର. : ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...