ଭବାନୀପାଟଣା, (୨୮/୦୪) : ଆପ୍ର. : ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟର ଯୁଗରେ ଏକା ନମ୍ୱର୍ ପ୍ଲେଟ ଥାଇ ଦୁଇଟି ଗାଡି ଚାଲିବା ସମ୍ଭବ ନୁହେଁ ବୋଲି ସଂପ୍ରତି ସାଧାରଣରେ ଏକ ଧାରଣା ସୃଷ୍ଟି ହେଇଛି ।
ଅଥଚ କଳାହାଣ୍ଡିରେ ସମାନ ନମ୍ବର ପ୍ଲେଟ ଥାଇ ଦୁଇଟି ବସ ଚାଲୁଥିବା ଘଟଣା ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ସତ। ଏକା ନମ୍ୱର୍ ପ୍ଲେଟ ଲାଗିଥିବା ଦୁଇଟି ବସକୁ ପରିବହନ ବିଭାଗ ଜବତ କରିଛି। ମାଣିକେଶ୍ଵରୀ ଟ୍ରାଭେଲସର ଏକାଧିକ ବସ କଳାହାଣ୍ଡିରୁ ଭୁବନେଶ୍ୱର ଓ କଟକ ଚାଲୁଛି। ତେବେ ଓଡି ୦୮ ଜି ୩୧୮୮ ନମ୍ୱର୍ ଥିବା ମାଣିକେଶ୍ଵରୀ ଟ୍ରାଭେଲସର ଦୁଇଟି ବସ ସ୍ଥାନୀୟ ବସଷ୍ଟାଣ୍ଡରେ ଥିବା ପରିବହନ ବିଭାଗ କୌଣସି ସୂତ୍ରରୁ ସୂଚନା ପାଇଥିଲା । ପରେ ପୋଲିସ ଏବଂ ପରିବହନ ଅଧିକାରୀ ମାନେ ବସ ଦୁଇଟିକୁ ଜବତ କରି ରିଜର୍ଭ ବ୍ୟାରେକରେ ରଖିଛନ୍ତି। ଏନେଇ ପରିବହନ ଅଧିକାରୀଙ୍କ ଲିଖିତ ସୂଚନା କ୍ରମେ ଟାଉନଥାନାରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।