32.9 C
Balāngīr
Thursday, July 10, 2025

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ପାଳିତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି,(୦୧/୧୨) : ସ୍ଥାନୀୟ କଳାହାଣ୍ଡି ବିଶ୍ଵବିଦ୍ୟାଳୟ, ଭବାନୀପାଟଣାରେ ଏନ ଏସ ଏସ ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵ ଏଡସ ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ୦୧ ତାରିଖକୁ ବିଶ୍ଵ ଏଡସ ଦିବସ ରୂପେ ବିଶ୍ଵ ବ୍ୟାପୀ ପାଳନ କରାଯାଏ ।0795d08b 29ed 4e6b b918 b319f8258a9f କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ପାଳିତ

କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଏହି ସଭାରେ ସଭାପତିତ୍ଵ କରିଥିଲେ । ସେ ତାଙ୍କର ଅଭିଭାଷଣରେ ଏନ ଏସ ଏସ ସ୍ଵେଚ୍ଛାସେବୀ ମାନଙ୍କୁ ଏଡସର ଭୟାଭୟତା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶ୍ଵବିଦ୍ୟାଳୟର କୁଳସଚିବ ଶ୍ରୀ ପିତାମ୍ବର ଭୋଇ, ପି.ଜି. କାଉନସିଲ ଅଧ୍ୟକ୍ଷ ଡ. ଜୟଦେବ ସାହୁ, ଅଧ୍ୟାପିକା ଡ. ରାଧାରଣୀ ନାୟକ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ର ବରିଷ୍ଠ ଚିକିତ୍ସକ ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ତଥା ବିଶେଶଜ୍ଞ ରୂପେ ଯୋଗଦାନ କରି ସ୍ଵେଚ୍ଛାସେବୀ ମାନଙ୍କୁ ଏଚ.ଆଇ.ଭି. (H.I.V) ଭୁତାଣୁର ସଂକ୍ରମଣ ମାଧ୍ୟମ, ଏଡସ (AIDS) ରୋଗର ଭୟାଭୟତା, ସଂଯମତା ଓ ନିରାକରଣ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଏନ ଏସ ଏସ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ପରିଚାଳନା କରିଥିଲେ ।ae3a47a3 6d84 4fdb b2d1 5c38cdd58ed2 କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ପାଳିତ

ଏହି ସଭାରେ ସ୍ଵେଚ୍ଛାସେବୀ ମାନଙ୍କ ମଧ୍ୟରେ ଗୋବିନ୍ଦ ନିଆଲ, ରୋସନ ନାଏକ, ଜଣ୍ଟି ସାହୁ, ବିଭୁସା ବ୍ୟାସ, ସୁରକ୍ଷା ପଟ୍ଟନାୟକ, ଅଭିଷେକ ପଟ୍ଟନାୟକ, ବିକାଶ ପଟେଲ, ଗୀତାଞ୍ଜଳି, ଚୁମକି ସାହୁ ପ୍ରମୁଖ ଏନ ଏସ ଏସ ସ୍ଵେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବାପି ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...