ରାଇକିଆ, (୧୫/୦୪) : ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ରେ ଥିବା କଳିଙ୍ଗ ମଡେଲ ରେଶିଡେନ୍ସିଆଲ ସ୍କୁଲରେ ବିଜ୍ଞାନ ଓ ଗବେଷଣାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ଓ ଏହାର ଗବେଷଣା ପ୍ରତି ବିଦ୍ୟାଳୟ ସ୍ତରରୁ କିପରି ଆଗ୍ରହ ବଢିବ ସେ ନେଇ ଭୁବନେଶ୍ବର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ତରଫରୁ ବୈଜ୍ଞାନିକ ମାନେ ଆସି ଗବେଷଣାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ଏହାକୁ ନେଇ ଭବିଷ୍ୟତରେ ଯେପରି କ୍ୟାରିୟର ଗଠନ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଛାତ୍ରୀଛାତ୍ରମାନେ ମଧ୍ୟ ବିଭିନ୍ନ ପ୍ରଶ୍ନ ପଚାରି ବୁଝିବା ସହ ଏହାର ସମାଧାନ ଏବଂ ବୈଷୟିକ କୌଶଳ ନେଇ ଆଲୋଚନା କରିଥିଲେ ।
ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ କରୁଣାକର ନନ୍ଦ, ବୈଜ୍ଞାନିକ ଡ଼. ସଚିନ୍ଦ୍ର ନାଥ ଷଡ଼ଙ୍ଗୀ, ଡ. କ୍ଷୀରୋଦ ଚନ୍ଦ୍ର ପାତ୍ର ଏହି କର୍ମଶାଳାରେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରିନ୍ସିପଲ ଜଗଦୀଶ ମହାକୁଡ , ରାଇକିଆ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଅମୀୟ ମହାପାତ୍ର, ପଦାର୍ଥ ବିଜ୍ଞାନ ବିଭାଗର ଶିକ୍ଷକ ସଚ୍ଚିଦାନନ୍ଦ ସ୍ବାଇଁ ଏବଂ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଓକର୍ମଚାରୀ ମାନେ ସବୁ ଉପସ୍ଥିତ ଥିଲେ।