ଗୁଣପୁର, (୧୫/୪) : ଆପ୍ର. : ଗୁଣପୁର ର ଭେଙ୍କେଟେଶ୍ୱର ମନ୍ଦିର ସଭା କକ୍ଷରେ କଳିଙ୍ଗ ସାହିତ୍ୟ ଘର ଦ୍ୱାରା ଆୟୋଜିତ ହୋଇ ଯାଇଛି ମହା ବିଷୁବ ମିଳନ ।
ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିପ୍ଲବୀ କବି ଶ୍ରୀ ପ୍ରଶାନ୍ତ ମିଶ୍ର ଏବଂ ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ ପ୍ରଗଳ୍ଭ ବକ୍ତା ଶ୍ରୀଯୁକ୍ତ ନରସିଂହ ପଟ୍ଟନାୟକ । ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଅନନ୍ତ ପାତ୍ର ଏବଂ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼ ଏବଂ ସାହିତ୍ୟବିତ ଶ୍ରୀ ଦିଲ୍ଲୀପ କୁମାର କର ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟ ଘରର ଉପ ସଭାପତି ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହ ଅତିଥି ଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ପରେ ଅତିଥି ମାନଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ କାର୍ଯ୍ୟକ୍ରମ ପ୍ରାରମ୍ଭ କରାଯାଇଥିଲା ।
ମୁଖ୍ୟ ଅତିଥି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାପାଇଁ ଓଡ଼ିଶା ବାସୀ ଖଣ୍ଡେ ଖଣ୍ଡେ ପୋଷ୍ଟ କାର୍ଡ ସରକାରଙ୍କ ନିକଟକୁ ପଠାଇବାକୁ ପରାମର୍ଶ ଦେଇଥିଲେ । ସେହିପରି ଇଂରାଜୀ ବିଦ୍ୟାଳୟରେ କାର୍ଯ୍ୟ କରି ଶାସନ କରୁଥିଲେ ମଧ୍ୟ ଓଡ଼ିଆରେ ଦସ୍ତଖତ କରି ସେ ଯେଉଁ ଦୁଃସାଧ୍ୟ ଚେଷ୍ଟା କରିଛନ୍ତି ସେଥିପାଇଁ ସେ ଚିର ନମସ୍ୟ । ଏକଥା କହିଛନ୍ତି ବକ୍ତା ଶ୍ରୀ ନରସିଂହ ପଟ୍ଟନାୟକ । ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ସମସ୍ତ ବକ୍ତାମାନେ ଗୁରୁତ୍ୱ ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଅଭିଭାଷଣ ପରେ ଅତିଥି ମାନଙ୍କ ଦ୍ଵାରା ସାହିତ୍ୟ ଘର ପରିବାର ପକ୍ଷରୁ “କଳିଙ୍ଗ କଲ୍ଲୋଳ” ନାମକ ପୁସ୍ତକ ର ମୁଖବନ୍ଧ ଉନ୍ମୋଚନ କରାଯାଇଥିଲା ।
ଶେଷରେ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।
କାର୍ଯ୍ୟକ୍ରମର ଆବାହକ ଶ୍ରୀ ଶକ୍ତି ଦାସଙ୍କୁ ଏହି ଦୁଃସାହସିକ ପଦକ୍ଷେପ ପାଇଁ ଉପସ୍ଥିତ ସମସ୍ତ ଅତିଥି, କବି, କବୟତ୍ରୀ ଓ ବୁଦ୍ଧିଜିବୀ ମାନେ ଭୂୟସୀ ପ୍ରଶଂଶା କରିବା ସହ ଏପରିକି ସଦା ସର୍ବଦା ସମସ୍ତେ ତାଙ୍କୁ ସାହାଯ୍ୟ ସହଯୋଗ କରିବାକୁ କଥା ଦେଇଥିଲେ । ପ୍ରାୟ ଶତାଧିକ କବି ଓ କବୟିତ୍ରୀଙ୍କୁ ନେଇ ଚାଲିଥିବା ସାହିତ୍ୟ ଉତ୍ସବରେ ପ୍ରାୟ ୫୦ଜଣ କବି ଅଂଶ ଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି ଶ୍ରୀ ରୂପେଶ କୁମାର ସାହୁ ଏବଂ କବିୟତ୍ରୀ ଗାୟତ୍ରୀ ପଣ୍ଡା ସୁନ୍ଦର ଭାବେ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ କବି ଓ ସାହିତ୍ୟିକ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା । ଶେଷରେ ଅଧ୍ୟାପକ ଡଃ ପ୍ରଶାନ୍ତ କୁମାର ହୋତା ଧନ୍ୟବାଦ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସାହିତ୍ୟ ଘର ର ସଙ୍ଗଠନ ସମ୍ପାଦକ ଶ୍ରୀ ପ୍ରମୋଦ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ପ୍ରେମ ଦାଶ, ପରିଚାଳନା କମିଟି ସଦସ୍ୟ ସଦସ୍ୟା ଶ୍ରୀ ନୀଳାଚଳ ମିଶ୍ର, ଶ୍ରୀମତୀ ସୁଭାସିନୀ ମିଶ୍ର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବି ଙ୍କ ସମେତ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘର ଆଇନ ପରାମର୍ଶଦାତା ତଥା ଗୁଣପୁର ଓକିଲ ସଂଘ ସଭାପତି ଶ୍ରୀ ଗୌରୀ ଶଙ୍କର ଦାଶ, କଳିଙ୍ଗ ସାମ୍ବାଦିକ ସଂଘ ସଭାପତି ପ୍ରଶାନ୍ତ କୁମାର କର, ଉପ ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, କୋଷାଧ୍ଯକ୍ଷ ରଞ୍ଜିତ କୁମାର ପାଢ଼ୀ, ସଦସ୍ୟ ସଂକେତ ପାତ୍ର, ନିରଞ୍ଜନ ରଥ, ପେଦିନା ସନ୍ତୋଷ, ସନ୍ତୋଷ ସୁବୁଦ୍ଧି, ସନ୍ତୋଷ କୁମ୍ଭାର, ସୀମାଞ୍ଚଳ ଗୌଡ ଓ ରାମ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।