32.9 C
Balāngīr
Wednesday, April 23, 2025

କାଥଲିକ୍ ଚର୍ଚ୍ଚରେପଟା ଆଧ୍ୟାତ୍ମିକ ଧ୍ୟାନ ଉଦଯାପିତ ହୋଇଅଛି

Must read

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୦/୦୧) : ରାଇକିଆ କାଥଲିକ୍ ଚର୍ଚ୍ଚ ପ୍ରାଙ୍ଗଣରେ ଖ୍ରୀଷ୍ଟ ଧର୍ମାବଲାମ୍ବୀଙ୍କ ତିନିଦିନିଆ କାରିସ୍ ମାଟିକ୍ (ଆଶ୍ଚର୍ଯ୍ୟ କର୍ମ) ଆଧ୍ୟାତ୍ମିକ ପଟା ଧ୍ୟାନ ଆଜି ଉଦଯାପିତ ହୋଇଛି ।

ତିନିଗୋଟି ପ୍ୟାରିସର ୬୦ଟି ମଣ୍ଡଳୀ (ଡିନେରୀ) ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କେରଳରୁ ଯାଜକ ସାଜିଙ୍କ ଗୃପରେ ବହୁ ଯାଜକ, ସେବା ଭଗ୍ନି ପବିତ୍ର ବାଇବଲ ପଠନ କରି ଅସୁସ୍ଥତା ଲୋକଙ୍କ ପାଇଁ ସାମୁହିକ ପ୍ରାର୍ଥନା କରି ଥିଲେ ‌। ସମସ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଧର୍ମ ଯାଜକ ପ୍ରୋଦଷ ଚନ୍ଦ୍ର ନାୟକ, ମନୋଜ ନାୟକ, ସନାତନ ପ୍ରଧାନ ଆୟୋଜନ କରିଥିଲେ‌। ମଧ୍ୟାହ୍ନ ରେ ଏକ ସ୍ଵତନ୍ତ୍ର ଦିବ୍ୟ ଯଜ୍ଞରେ ସମସ୍ତ ଧର୍ମ ଯାଜକ ଯୋଗ ଦେଇ ଅଂଚଳ ତଥା ସାରା ବିଶ୍ୱ ପାଇଁ ସାମୁହିକ ପ୍ରାର୍ଥନା କରିଥିଲେ ।

ଖ୍ରୀଷ୍ଟ ବିଶ୍ୱାସୀ ସେମାନଙ୍କ ପରିବାରର ମନସ୍କାମନା ପୁରଣ ବିଭିନ୍ନ ଫଳ ସାମଗ୍ରୀ, ମହମବତୀ ପ୍ରଭୁ ଯୀଶୁଙ୍କୁ ଭେଟି ଅର୍ପଣ କରିଥିଲେ। ସମସ୍ତ ଡିନେରି ସେବା ଭଗ୍ନିଙ୍କ ସହ ମଦର ଟେରେସା ସଂଘ ସେବା ଭଗ୍ନି ମଧ୍ୟ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ଦାୟୀତ୍ୱ ରେ ଯାଜକ ପୁରୁଷୋତ୍ତମ ନାୟକ,ଜେରମ ନାୟକ, ଭଞ୍ଜ କିଶୋର ନାୟକ,ଶୁଶାନ୍ତ ପ୍ରଧାନ ,କମିଟି ସମସ୍ତ କର୍ମ କର୍ତ୍ତା, ପ୍ରଚାରକ ସମୁହ ସହୋ ଯୋଗ କରିଥିଲେ। କନଭେଣ୍ଟ୍ ସେବା ଭଗ୍ନି ଯଜ୍ଞ ବେଦି ସାଜସଜ୍ଜା କରି ଥିଲେ। ବିଭିନ୍ନ ମଣ୍ଡଳୀର ଯୁବ,ଯୁବତୀ ଗୋଷ୍ଠୀ ଯଜ୍ଞି କାଳିନ ଭକ୍ତି ସଙ୍ଗିତ ପରିବେଷଣ କରିଥିଲେ। ବହୁ ସଂଖ୍ୟକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଉପସ୍ଥିତ ଥିଲେ।

- Advertisement -spot_img

More articles

- Advertisement -spot_img

Latest article

ଅଭିଯୁକ୍ତର କାଠ ଫାଳିଆ ମାଡ଼ରେ କନେଷ୍ଟବଳ ଗୁରୁତର, ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (୨୩/୦୪) : ଆପ୍ର. : ଥାନା ଭିତରେ ପୋଲିସକୁ ଆକ୍ରମଣ । କାଠ ଫାଳିଆ ମାଡ଼ରେ କନେଷ୍ଟବଳ ସୁଦାମ ନାଗ ଗୁରୁତର । ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଗୁରୁତର କନେଷ୍ଟବଳଙ୍କୁ ଭର୍ତ୍ତି...

ନାବାଳିକାକୁ ଗଣ ଦୁଷ୍କର୍ମ: ୩ ଯୁବକଙ୍କ ସଂପୃକ୍ତ, ପୁଲିସ ତଦନ୍ତ ଆରମ୍ଭ

ସୁନ୍ଦରଗଡ଼଼, (୨୩/୦୪) : ଆପ୍ର. : ସୁନ୍ଦରଗଡ଼଼ ଜିଲ୍ଲା ତଳସରା ଥାନା ଅଞ୍ଚଳରେ ଲଜ୍ଜା। ଜଙ୍ଗଲକୁ ଟେକି ନେଇ ନାବାଳିକାକୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏକୋଇଶିଆ ଭୋଜି ଖାଇ ସାଙ୍ଗମାନଙ୍କ...

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ପାଟଣା, (୨୪/୦୩) : ଆପ୍ର. : ଢେଙ୍କିକୋଟ ଟିକିରା ସ୍ଥିତ ଘଟଗାଁ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି ବିଶ୍ୱ ପୃଥିବୀ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳନ ହୋଇଯାଇଛି । ପ୍ରାକୃତିକ ସଂପଦର ରକ୍ଷା,...

ବସ୍‌ରୁ ପଡି ଛାତ୍ରୀ ଗୁରୁତର

କଣ୍ଟାବାଞ୍ଜି, (୨୩/୦୪) : ଆପ୍ର. : ବସ୍‌ରୁ ପଡି ନବମ ଶ୍ରେଣୀ ଛାତ୍ରୀ ଗୁରୁତର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କୁକୁଡାହାଟ ଗାଁ ନିକଟରେ ଅଭାବନୀୟ ଘଟଣା ଘଟିଛି । ଆଜି ବସ୍‌ ରୁ...

ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ

ପାଟଣା, (୨୩/୦୪) : ଆପ୍ର. : ପାଟଣା ବ୍ଲକ ସରାସକୋଲା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଛି । ଏଠାରେ ୧୩୫ ଜଣ ଛାତ୍ରଛାତ୍ରୀ ପୋଷାକ ବଣ୍ଟନ କରାଯାଇଥିବା...