32.9 C
Balāngīr
Thursday, June 12, 2025

କାନ କାଟି ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ, ଦୁଇ ଗିରଫ

Must read

ରିପୋର୍ଟ – ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୭/୮/୨୪ ): ପୁରୁଷ ସହ କାନ୍ଧରେ କାନ୍ଧ ମିଳାଇ ମହିଳା ମାନେ ମଧ୍ୟ ଚୋରି କରୁଥିଵା ସମସ୍ତଙ୍କୁ ଚକିତ କରି ଦେଇଛି । ଦୀର୍ଘ ଦିନହେଲା ଗୁଡ଼ାରୀ ଓ ଗୁଣପୁର ଅଞ୍ଚଳରେ କାନ କାଟି କାନଫୁଲ ଚୋରି କରୁଥିବା ଚୋର ଦଳକୁ କାବୁ କରିବାରେ ସକ୍ଷମ ହୋଇଛି ଗୁଡ଼ାରୀ ପୋଲିସ ।

କାନ କାଟି ଅଳଙ୍କାର ଚୋରି ଘଟଣାର ପର୍ଦ୍ଦାଫାଶ, ଦୁଇ ଗିରଫ । ସେମାନେ ହେଲେ ଗୁଣପୁର ଥାନା ଅନ୍ତର୍ଗତ ଉକୁମ୍ବା ଗ୍ରାମର କ୍ରିଷ୍ଣା ସାହୁ (୨୫) ଓ ଯୁବତୀ ଜଣକ ହେଲେ ପଦ୍ମପୁର ଥାନା ଅନ୍ତର୍ଗତ ଖମ୍ବାରିଗୁଡା ଗ୍ରାମର ଲିଲି ଦୂର୍ଗା (୨୪) । ଏମାନେ ବିଭିନ୍ନ ସମୟରେ ମହିଳା ମାନଙ୍କୁ ଟାର୍ଗେଟ କରି ଜୋରଜବରଦସ୍ତ କାନଫୁଲ ସହ ଅନ୍ୟାନ୍ୟ ଗହଣା ଝାମ୍ପି ନେଉଥିଲେ । ଗତ ଜୁଲାଇ ୨୮ ତାରିଖରେ ଦୁଇ ଅଭିଯୁକ୍ତ ଗୁଣପୁର ଥାନା ଅର୍ନ୍ତଗତ ଗଇଗୁଡା ଗ୍ରାମରେ ଜଣେ ବୃଦ୍ଧା ଚାଷ ଜମିରେ କାମ କରୁଥିବା ସମୟରେ ତାଙ୍କର କାନଫୁଲ ଝାମ୍ପି ନେଇଥିଲେ । ପୁଣି ଅଗଷ୍ଟ ୧୨ ତାରିଖରେ ଡେରିଙ୍ଗାଗୁଡା ଛକ ଠାରେ ଜଣେ ବୃଦ୍ଧା ଥଣ୍ଡା ପିଉଥିବା ସମୟରେ ତାର କାନଫୁଲ ଟାଣି ନେଇଥିଲେ । ସେହିପରି ଜୁଲାଇ ୨୨ ତାରିଖରେ ଗୁଣପୁର ସହରର ଵିକ୍ରମପୁର ଛକ ଠାରେ ଜଣେ ମହିଳା କ୍ଷୀର ଧରି ଆସୁଥିବା ସମୟରେ ତାକୁ ଅଟକାଇ ତାର କାନକାଟି କାନଫୁଲ ଲୁଟି ନେଇଥିଲେ । ଏପରି ତିନୋଟି ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ଗୁଣପୁର ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ୫ ଗ୍ରାମ ଓ ୨ ଗ୍ରାମ ଓଜନର ଦୁଇଟି କାନଫୁଲ , ଏକ ହଜାର ଟଙ୍କା , ଗୋଟିଏ ମୋବାଇଲ ଫୋନ ସହ ଏକ ଵାଇକ ଜବତ କରାଯାଇଛି । ଏପରି କାନ କାଟି ଚୋରି କରୁଥିବା ଚୋର ଦଳକୁ କାବୁ କରିବାରେ ସକ୍ଷମ ହୋଇଥିବା ଗୁଣପୁର ଓ ଗୁଡ଼ାରୀ ପୋଲିସର କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...