32.9 C
Balāngīr
Monday, April 28, 2025

କାମତା ପଞ୍ଚାୟତରେ “ପଲ୍ଲୀରେ ପ୍ରଶାସନ”, ଅଭିଯୋଗକାରୀଙ୍କ ମଧ୍ୟରେ ନିର୍ବାଚିତ ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଓ ଆଗଧାଡ଼ିର ରାଜନୀତିକ ନେତା !!

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

ରିପୋର୍ଟ: ରବିଶଙ୍କର ମହାପାତ୍ର//
କୋରାପୁଟ (୦୩/୧୨): କୋରାପୁଟ ଜିଲ୍ଲା ଦଶମନ୍ତପୁର ଠାରେ ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପ୍ରତ୍ୟେକ ବ୍ଲକରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ସୋଇଯାଇଛି ।ଏହି ଶୃଙ୍ଖଳାରେ ବୋରିଗୁମ୍ମା ବ୍ଲକ କାମତା ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ ।ଜନଗୁଣାଣି ତଥା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।df1c6f34 f3a8 4711 87f1 80e60348b257 କାମତା ପଞ୍ଚାୟତରେ "ପଲ୍ଲୀରେ ପ୍ରଶାସନ", ଅଭିଯୋଗକାରୀଙ୍କ ମଧ୍ୟରେ ନିର୍ବାଚିତ ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଓ ଆଗଧାଡ଼ିର ରାଜନୀତିକ ନେତା !!

ବି.ଡ଼ି. ଓ ସନ୍ଧ୍ୟା ସମରଥଙ୍କ ଅନୁପସ୍ଥିତିରେ ଏବି.ଡି. ଓ. ମାଧୁରୀ ଆଚାରୀ ଅଭିଯୋଗ ଗ୍ରହଣ କରିଥିବା ବେଳେ ସହାୟକ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ ସହଯୋଗ କରିଥିବା ଜଣାପଡିଛି । ପ୍ରାୟ ୨୦ରୁ ଉର୍ଦ୍ଧ୍ଵ ଅଭିଯୋଗର ଜନଶୁଣାଣି ହୋଇଥିବା ଜଣାପଡ଼ିଛି ।ଅଭିଯୋଗକାରୀଙ୍କ ମଧ୍ୟରେ ଲୋକ ପ୍ରତିନିଧି,ସରକାରୀ କର୍ମଚାରୀ ତଥା ଜିଲ୍ଲାସ୍ତରୀୟ ରାଜନୀତିକ ନେତା ମାନଙ୍କୁ ମଧ୍ୟ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ନେଇ ଲିଖିତ ଅଭିଯୋଗ କରିଥିବା ଦେଖା ଯାଇଥିଲା । ମୂଖ୍ୟ ଅଭିଯୋଗ କାରୀଙ୍କ ମଧ୍ୟରେ ଭାଜପା. ନେତା ଭାସ୍କର ଭଟ୍ଟ,ପଶୁଧନ ନିରୀକ୍ଷକ ରାଜୀବ ଲୋଚନ ଖୋସଲା,ନାଏବ ସରପଞ୍ଚ ବନମାଳୀ ମାଝିଙ୍କ ସମେତ ଆନନ୍ଦ ପ୍ରକାଶ ଗୌଡ,ସୁଧୀର କୁମାର ଷଡ଼ଙ୍ଗୀ, ଦୋଳ ଗୋବିନ୍ଦ ନାୟକ, ବାସନ୍ତୀ ତନ୍ତୀ,ମିଲନ ମହାଙ୍କୁଡ, ସୁନାମଣି ଜାନୀଙ୍କ ଅଭିଯୋଗ ଗୁଡିକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନ ଶୀଳ ଥିଲା ।43528e53 0a5e 465f ac94 8970987699c0 କାମତା ପଞ୍ଚାୟତରେ "ପଲ୍ଲୀରେ ପ୍ରଶାସନ", ଅଭିଯୋଗକାରୀଙ୍କ ମଧ୍ୟରେ ନିର୍ବାଚିତ ଲୋକପ୍ରତିନିଧି, ସରକାରୀ କର୍ମଚାରୀ ଓ ଆଗଧାଡ଼ିର ରାଜନୀତିକ ନେତା !!

ଉନ୍ନୟନ ମୂଳକ କାର୍ଯ୍ୟପାଇଁ ସରକାରୀ ଜମିର ଆବଶ୍ୟକତା ଥିବାବେଳେ ରାଜସ୍ଵ ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ନ ଥିବା ଦେଖା ଯାଇଥିଲା ।ଜଳ ଯୋଗାଣ ପାଇଁଁ ଉଦ୍ଦିଷ୍ଟ ମେଗା ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା,ସୁଭଦ୍ରା ଯୋଜନା ରେ ସମସ୍ୟା, ଅଙ୍ଗନବାଡ଼ି ଗୃହ ନିର୍ମାଣ କାର୍ଯ୍ୟରେ ଶିଥିଳତା ଇତ୍ୟାଦି ଅଭିଯୋଗ ଥିବା ବେଳେଜି.ପି.ଡ଼ି.ଓ.ସ୍ୱାଗତିକା ଗୋପାଳ ପି.ଇ.ଓ ବାସୁଦେବ ମିଶ୍ର,କନିଷ୍ଠ ଯନ୍ତ୍ରୀ ଲିପିକା ଲୋପାମୁଦ୍ରା, ସି.ଡି.ପି.ଓ. ଗାୟତ୍ରୀ ବାହିନୀପତି, ସୁପରଭାଇଜର ଗୀତା ମୁଦୁଲି, ଏ.ଏନ୍.ଏମ୍.,ସି. ଏଚ୍.ଓ. ତଥା ଅନ୍ୟାନ୍ୟ କେତୋଟି ସରକାରୀ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।ଜଳ ଯୋଗାଣ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ତଥା ନାଳ ନିର୍ଦ୍ଦମା ଆବର୍ଜନା ସଫା ଓ ସୁଭଦ୍ରା ଯୋଜନା ସମ୍ପର୍କିତ ଏକାଧିକ ଅଭିଯୋଗ ପ୍ରଶାସନର ହସ୍ତଗତ ହୋଇଥିବା ଦେଖା ଯାଇଥିଲା ।

- Advertisement -spot_img

More articles

- Advertisement -spot_img

Latest article

ଅବକାରୀ ଚଢ଼ାଉରେ ମହୁଲି ମଦ ସହ ୨ଟି ସ୍କୁଟି : ୨ଟି ମୋଟର ସାଇକେଲ ଜବତ

ରାଉରକେଲା, (୨୮/୦୪) : ଆପ୍ର. : ଆଜି ରାଉରକେଲା ଅବକାରୀ ଅଧୀକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଜିଅବାହାଲ, ରୁପୁଟୋଲା, ସେକ୍ଟର-୩, ଝିରପାଣି, ଅଚଂଳରେ ଚଢ଼ାଉ କରି...

ହାଇୱା-ବାଇକ ଧକ୍କା : ଜଣେ ମୃତ, ତିନି ଗୁରୁତର

ପାଟଣାଗଡ଼, (୨୮/୦୪): ଆପ୍ର. : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘସିଏନ ଲରମ୍ଭା ମୁଖ୍ୟରାସ୍ତା ମଝିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହାଇୱାକୁ ପଛପଟୁ ପିଟିଲା ବାଇକ, ଜଣେ ମୃତ ତିନିଜଣ ଗୁରୁତର ।...

ଗଞ୍ଜାମରେ ବିଭତ୍ସ ହତ୍ୟା; ଦୁଇ ଭାଇଙ୍କୁ ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ ଦୁବୃର୍ତ

ଗଞ୍ଜାମ, (୨୮/୦୪) : ଆପ୍ର. : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋର୍ଟ ବେଗୁନିଆପଡ଼ା ଥାନା ଅଞ୍ଚଳରେ ଦୁଇ ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୁତ୍ତ । ବେଗୁନିଆପଡା ଥାନାଞ୍ଚଳର ଶାଳବଣ ଗାଁ...

ଯାଜପୁରରେ ଚାଞ୍ଚଲ୍ୟ ,ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ କଲେ ,ମାଡ଼ ମାରିଲେ ଦୁର୍ବୁତ୍ତ

ଯାଜପୁର, (୨୮/୦୪) : ଆପ୍ର. : ଯାଜପୁରରେ ଲଜ୍ୟା । ଯାଜପୁର ସହରରେ ଜଣେ କର୍ମଜୀବୀ ମହିଳାଙ୍କ ହାତମୁହଁ ବାନ୍ଧି ଦୁଷ୍କର୍ମ ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୀଡିତା ଲୋକଲଜ୍ୟା...

ଶଶୁର ଘରକୁ ଫେରିବା ବାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗଛରେ ପିଟି ହେଲା ସ୍କର୍ପିଓ, ନବ ବିବାହିତଙ୍କ ସମେତ ୪ ମୃତ

ରାଉଲକେଲା, (୨୮/୦୪) : ଆପ୍ର. : ଦିଅଁ ଦର୍ଶନ ସାରି ଫେରୁଥିବା ବେଳେ ଗଛରେ ପିଟିହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ...