32.9 C
Balāngīr
Thursday, July 10, 2025

କାମରେ ଆସୁନି ସୌର ଚାଳିତପାଣି ମଟର : ପାନୀୟ ଜଳ ପାଇଁ ଲୋକେ ବିକଲ

Must read

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାସିଂହପୁର,(୨୭/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁରେ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ସୋଲାର ବୋର) ନିର୍ମାଣ ହୋଇ ମାତ୍ର ୪ ମାସ ହେବ କାମରେ ଆସୁନି ହେଲେ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।WhatsApp Image 2021 11 27 at 1.04.46 PM କାମରେ ଆସୁନି ସୌର ଚାଳିତପାଣି ମଟର : ପାନୀୟ ଜଳ ପାଇଁ ଲୋକେ ବିକଲ

ଉକ୍ତ ଗାଁର ପ୍ରାୟ ୭୫ ଘର ରହିଥିବା ବେଳେ ପ୍ରାୟ ୪୦୦ ଲୋକ ସଂଖ୍ୟା ରହିଛନ୍ତି । ଏଠାରେ ତିନୋଟି ନଳ କୂପ ସହ ଗୋଟିଏ ସୋଲାର ବୋର ରହିଛି । ସୌର ଚାଳିତ ପାନୀୟ ଜଳପ୍ରକଳ୍ପ ପ୍ରାୟ ୪ ମାସ ହେବ କରାଯାଇଛି କିନ୍ତୁ ଗୋଟିଏ ମାସ ପାଣି ବାହାରିବା ପରେ ବନ୍ଦ ହୋଇଯାଇଛି । ଯେଉଁ ନଳକୂପରେ ସୌର ଚାଳିତ ଲଗାଇ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ତାହା କାମରେ ଆସୁନି । ଖାଲି ନଳକୂପ ଭଲ ଥିଲା ବୋଲି ଗ୍ରାମବାସୀ କହିଛନ୍ତି ।

ଏହାକୁ ଦୁଇଟି ନଳ କୂପ ସମ୍ପୂର୍ଣ୍ଣ ଅଚଳ ରହିଥିବା ବେଳେ ଅନ୍ୟ ଗୋଟିଏ ନଳ କୂପ ରୁ କାଦୁଅ ଓ ଛୋଟ ଛୋଟ ଲୁହା ଖଣ୍ଡ ବାହାରୁ ଥିବା ରୁ ତାହା ବ୍ୟବହାର ପାଇଁ ଉପଯୋଗୀ ହୋଇ ପାରୁନାହିଁ । ଉକ୍ତ ଗାଁ ଦେଇ ଯାଇଥିବା (ବାଟିଆ) କେନାଲ ରୁ ପାଣି ନେଇ ଘରେ ବ୍ୟବହାର କରିଛନ୍ତି । କିଛି ପରିବାର ଲୋକେ ପୋଖରୀ ରୁ ପାଣି ଆଣି ବ୍ୟବହାର କରୁଥିବା କହିଛନ୍ତି । ଏହି ପାଣି ବ୍ୟବହାର କରି ବିଭିନ୍ନ କାଛୁ କୁଣ୍ଡିଆ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହିଛନ୍ତି ।WhatsApp Image 2021 11 27 at 1.04.45 PM 1 କାମରେ ଆସୁନି ସୌର ଚାଳିତପାଣି ମଟର : ପାନୀୟ ଜଳ ପାଇଁ ଲୋକେ ବିକଲ

ଏଠାରେ ଗୋଟିଏ ବୋର ମଧ୍ୟ ଖୋଲାଯାଇଛି କିନ୍ତୁ ବିଦ୍ୟୁତ ଥିଲେ ତାହା କାର୍ଯ୍ୟକାରୀ ହେଉଛି ନ ହେଲେ ବନ୍ଦ ରହୁଛି । ପ୍ରାୟ ସମୟ ବିଦ୍ୟୁତ ରହୁ ନ ଥିବାରୁ ବୋର ଟି କାମରେ ଲାଗୁନି । ଏହି ସମସ୍ୟାକୁ ନେଇ ପଞ୍ଚାୟତ ର ସରପଞ୍ଚ, ଗ୍ରାମ ସେବକ, ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସଂସ୍ଥା ଗ୍ରୀନଟେକ ରିନୱେବଲ କମ୍ପାନୀ ଲଗାଇଥିବା କାରିଗର ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହିହେଲେ ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି ।

ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀ ଙ୍କ ଦେଖା ମିଳେ ସେତେ ବେଳେ ବିଭିନ୍ନ ପ୍ରକାରର ଲାଳସା ଦେଖାଇ ଭୋଟ ନେଇଯାଇ ଯାଉଛନ୍ତି । ଗାଦିରେ ବସିବା ପରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଓ ଲାଳସା କୁ ସମ୍ପୂର୍ଣ୍ଣ ଭୁଲି ଯାଉଛନ୍ତି । ଯଦି ଗ୍ରାମବାସୀ ଙ୍କୁ ସୁଧ ପାନୀୟ ନ ମିଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ନରେନ୍ଦ୍ର କରସିକା, ଲଚମ୍ପତି ପାଲକା, ନରସିଂହ ହୁଈକା, କରସିକା ଗୋବି, ପୂର୍ଣ୍ଣିମା କାଡ୍ର।କା,ପ୍ରତିମା କାଡ୍ର।କା, କରସିକା ଅସନ୍ତି, କରସିକା ରେଲୋ ପ୍ରମୁଖ କହିଛନ୍ତି ।

- Advertisement -spot_img

More articles

- Advertisement -spot_img

Latest article

ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ଯୋଗଦାନ

ବିଷମ କଟକ, (୧୦/୭) : ଆପ୍ର. : ତୃତୀୟ ଦିନ ଓଡ଼ିଶା ଡ୍ରାଇଭର୍ ମହାସଂଘ୍ ବିଷମ କଟକ ବ୍ଲକ୍ ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବିଜେଡି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା...

ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ, ଗତ ୪ ତାରିଖରୁ ଥିଲେ ନିଖୋଜ

କନ୍ଧମାଳ, (୧୦/୭) : ଆପ୍ର. : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ନିକଟସ୍ଥ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ବାଲୁକୁଟୀ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ ଯେ, କନ୍ଧମାଳ...

ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ : ଘରଦ୍ୱାର ଭାଙ୍ଗିଲେ ହାତୀପଲ

ରାଇକିଆ, (୧୦/୦୭) :ଆପ୍ର. : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରଣବା ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ମଙ୍ଗଳବାର ୧୦ରୁ ୧୫ ଟିକିଆ ହାତୀପଲ ରଣବା ପଞ୍ଚାୟତ...

ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ, ଫେଲ ହେଲେ ପୁଣି ସୁଯୋଗ

ଭୁବନେଶ୍ବର, (୧୦/୦୭) : ଆପ୍ର. : ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂଶୋଧନ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ...

ହିନ୍ଦୁ ଠାରୁ ବୌଦ୍ଧ ସମସ୍ତେ ପାଳନ କରନ୍ତି ଗୁରୁ ପୂର୍ଣ୍ଣିମା

ଭୁବନେଶ୍ୱର, (୧୦/୦୭) : ଆପ୍ର. : ଆଜି ହେଉଛି ଗୁରୁ ପୂର୍ଣ୍ଣିମା । ଗୁରୁଙ୍କ ବିନା ଏ ସଂସାର ଅନ୍ଧକାର ମୟ । ପିତା ଓ ମାତା ଆମର ପ୍ରଥମ ଗୁରୁ ।...