ଭଦ୍ରକ, (୨୩/୦୬) :ଆପ୍ର : କାରକୁ ବଞ୍ଚାଇବାକୁ ଯାଇ ଇଲେକଟ୍ରିକ ଖୁଣ୍ଟ ରେ ପିଟି ହୋଇଗଲା ବସ୍ । ଦୁର୍ଘଟଣାରେ ୫ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସଷ୍ଟାଣ୍ଡ ନିକଟରେ ଘଟିଛି ଦୁର୍ଘଟଣା । ତ୍ରିନାଥ ନାମକ ଘରୋଇ ବସଟି ଅଭଣାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଏକ କାର୍ ବସ୍ ଆଗକୁ ଚାଲିଆସିଥିଲା । ବସ୍ ଡ୍ରାଇଭର କାରକୁ ବଞ୍ଚାଇବାକୁ ଯାଇ ହଠାତ୍ ବ୍ରେକ ଲଗାଇବାରୁ ଗାଡ଼ିଟି ଡିଭାଇଡର ଉପରକୁ ଚଢି ଏକ ବିଦ୍ୟୁତ ଖୁଣ୍ଡକୁ ଧକ୍କା ଦେଇଥିଲା। ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।