32.9 C
Balāngīr
Thursday, June 12, 2025

କ୍ଵଚିତ ଖୋଲା ହେଉଛି କୋଟପାଡ଼ ଯୋଗାଣ ବିଭାଗ, କାର୍ଯ୍ୟାଳୟକୁ ଆସୁଥିବା ଲୋକେ ହନ୍ତସନ୍ତ

Must read

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

କୋରାପୁଟ, ୧୭/୫): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାର ସକାଳୁଆ ଅଫିସ୍ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିର୍ଦ୍ଦେଶକୁ ସରକାରୀ ଅଧିକାରୀ ଓ କର୍ମଚାରୀ ଫୁ କରିଥିବା ଦେଖିବାକୁ ମିଳିଛି। ଠିକଣା ସମୟରେ ବାବୁମାନଙ୍କ ଦେଖା ମିଳୁନି। କେଉଁ କାର୍ଯ୍ୟାଳୟରେ ପିଅନ ଫାଟକ ଖୋଲିଥିବା ବେଳେ ଆଉ କେଉଁଠାରେ ସାରାଦିନ ଫାଟକ ଖୋଲା ନଯାଇ ଝୁଲୁଛି ତାଲା ।

ଆଉ କେଉଁଠାରେ ସରକାରକା ମାଲ ଦରିଆ ମେଡାଲ ଭଳି ଫାଟକ ଖୋଲା ଅଛି ହେଲେ କର୍ମଚାରୀ ନାହାନ୍ତି କିନ୍ତୁ ଫ୍ୟାନ ଆଉ ଏସି ଅନବରତ ଚାଲିଛି । ଖାଲି ଏତିକି ନୁହଁ, କିଛି ଅଫିସରେ ସାଢେ ୮ ଅଥବା ୯ଟା ପର୍ଯ୍ୟନ୍ତ ତାଲା ଝୁଲୁଛି। ଏହି ଦୃଶ୍ୟ ହେଉଛି କୋଟପାଡ଼ ବ୍ଲକ ମଧ୍ୟରେ ଥିବା ଖାଦ୍ୟ ଯୋଗାଣ ବିଭାଗ,କାର୍ଯ୍ୟାଳୟର ଦୃଶ୍ୟ । ସରକାରୀ କାର୍ଯ୍ୟାଳୟକୁ ବହୁଦୂରଦୂରାନ୍ତରୁ ଲୋକେ ରାସନ କାର୍ଡ ସମ୍ବନ୍ଧୀୟ କୌଣସି କାମ ପାଇଁ ଗଲେ ବାବୁଙ୍କୁ ନ ପାଇ ଫାଟକରେ ତାଲା ଝୁଲୁ ଥିବା ଦେଖି ନିରାଶରେ ଘରକୁ ଫେରୁଛନ୍ତି। କେହି କେହି ଅଫିସରେ ବାବୁ ଫିଲଡ଼ କାମରେ ଯାଇଛନ୍ତି ବୋଲି ଉତ୍ତର ଆସୁଛି। ଅନ୍ୟପକ୍ଷରେ ବିଭିନ୍ନ ସମୟରେ କେଉଁ ଅଧିକାରୀ ଅଫିସରେ ରହୁଛନ୍ତି, କେଉଁ ଅଧିକାରୀ ଟୁର ଯାଉଛନ୍ତି ଏ ନେଇ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ମରାଯିବାର ନିୟମ ରହିଛି।

ହେଲେ ଏଥିରେ ବି ବ୍ୟତିକ୍ରମ ରହୁଛି| ତେବେ ବାୟୋମେଟ୍ରିକ ବ୍ୟବସ୍ଥା ସହ ଫେସ ଆଇଡି ଉପସ୍ଥାନ ପୁଣି କାର୍ଯ୍ୟକାରୀ କରିବାକୁ ବିଭିନ୍ନ  ମହଲରୁ ଦାବି ହୋଇଛି। ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟାଳୟ ପ୍ରତି ଦୃଷ୍ଟି ଦେଇ ଠିକ ସମୟରେ କାର୍ଯ୍ୟାଳୟ ଖୋଲିଲେ ଦୁରଦୁରାନ୍ତରୁ ଆସୁଥିବା ସାଧାରଣ ଲୋକଟିଏ ଉପକୃତ ହୋଇପାରନ୍ତେ ବୋଲି ଦାବି ହେଉଛି ।

- Advertisement -spot_img

More articles

- Advertisement -spot_img

Latest article

ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ

ରାୟଗଡ଼ା, (୧୨/୦୬) : ଆପ୍ର. : ଜାତିପ୍ରଥାକୁ ନେଇ ଲଣ୍ଡା ହେଲେ ବଂଶଧର ଲୋକେ । ଜଣେ ଆଦିବାସୀ ଝିଅକୁ ଜଣେ ଦଳିତ ଯୁବକ ପ୍ରେମ କରି ସାଂଗରେ ନେଇଯିବାବାରୁ ଜାତି ଆଳରେ...

ଗୁଣପୁର ପୌରପରିଷଦ କେଳେଙ୍କାରୀ (ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ)

ଗୁଣପୁର, (୧୧/୬) : ଆପ୍ର. : ଗୁଣପୁର ପୌରପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ...

ଘାରିଲାଣି ଝାଡ଼ାବାନ୍ତି ଡର; ମୃତ୍ୟୁ ସଂଖ୍ୟା ଛୁଇଁଲା ୪

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲାକୁ ଘାରିଲାଣି ଝାଡାବାନ୍ତି ଡର । ଯାହାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀଙ୍କ ଠାରୁ ସ୍ୱାସ୍ଥ୍ୟବିଭାଗ । ଦିନକୁ ଦିନ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା...

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ଯାଜପୁର, (୧୨/୦୬) : ଆପ୍ର. : ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଟ୍ରାକ୍ଟର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍; ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଜିଡିଏସ୍ ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ...

ଭୁବନେଶ୍ୱର, (୧୧/୦୬) : ଆପ୍ର. : ଜାଲ ଶିକ୍ଷା ଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ...