ଭଦ୍ରକ, (୦୧/୦୫) : ଆପ୍ର. : କାର ଓ ଅଟୋ ଦୁର୍ଘଟଣାଗ୍ରସ୍ତ । ଚାନ୍ଦବାଲି ରାଜ୍ୟ ରାଜପଥର କମାରିଆ ଛକ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ଘଟିଛି । ଫଳରେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।
ସେମାନଙ୍କୁ ତିହିଡି ଓ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଚାନ୍ଦବାଲି ଅଂଚଳରୁ ଏକ କାର ଦ୍ରୁତ ଗତିରେ ଭଦ୍ରକ ଅଭିମୁଖେ ଆସୁଥିଲା ବେଳେ ଅଟୋକୁ ଧକ୍କା ଦେବା ସହିତ ପାଖରେ ଥିବା ଏକ ୱାଲରେ ବାଡେଇ ହୋଇ ଯାଇଥିଲା । ଯାହାଦ୍ବାରା ଜଣେ ବାଇକ ଆରୋହୀ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୀରହାଟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।