ସୁବର୍ଣ୍ଣପୁର , (୩୧/୦୫) ଆ.ପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚରଦା ଛକରେ ଅବକାରୀ ବିଭାଗ ଚଢ଼ାଉ କରି କାର ସହ ବିପୁଳ ମାତ୍ରାରେ ମଦ ଜବତ କରିଛି l ହେଲେ ଘଟଣା ସ୍ଥଳରୁ ଅଭିଯୁଜତ ଫେରାର ମାରିଛି l
ଏନେଇ ଅପରାହ୍ନ ସମୟରେ ଅବକାରୀ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଗତକାଲି ରାତିରେ ଏକ କାର ଯୋଗେ ମଦ ଚୋରା ଚାଲାଣ ହେଉଥିବା ବିନିକା ଅବକାରୀ ବିଭାଗ ଖବର ପାଇଥିଲା l ଅବକାରୀ ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଅବକାରୀ ଟିମ ଚରଦା ଛକ ଠାରେ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ଅଭିଯୁକ୍ତ ଜଣକ କାର ଛାଡି ଦେଇ ଫେରାର ମାରିଥିଲା l ସେଠାରୁ କାର ସହ ୪୦୦ ଲିଟର ମଦ ଜବତ କରିଥିଲେ l ଏନେଇ ଏକ ମାମଲା ୪୯/୨୫ରୁଜୁ କରିଛି l ତେବେ ଅଭିଯୁକ୍ତ କୁ ଧରିବା ପାଇଁ ବିଭାଗ ପକ୍ଷରୁ ତନା ଘନା ଜାରି ରହିଥିବା ଅବକାରୀ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l