କରଞ୍ଜିଆ, (୧୯/୦୪) : ଆପ୍ର. : କାଳବୈଶାଖୀରେ ଭାଙ୍ଗିଲା ୮୦ରୁ ଅଧିକ ଘର । ଗତକାଲି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ରରୁଆ ଓ ଶୁକୃଲି ବ୍ଲକରେ କାଳବୈଶାଖୀ ତାଣ୍ଡବ ରଚିଛି ।
ବିଶେଷକରି ରରୁଆ ବ୍ଲକରେ କାଳବୈଶାଖୀ ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ରରୁଆ ବ୍ଲକରେ ଅଙ୍ଗାରପଦା ଏବଂ ରରୁଆ ପଞ୍ଚାୟତରେ ୬୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଛି । ବିଡିଓଙ୍କ ଘର ଭାଙ୍ଗିବା ସହିତ ପାଣି ପଶି ଅନେକ ସାମଗ୍ରୀ ନଷ୍ଟ ହେଇଛି । ସେହିପରି ଶୁକୃଳି ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡରେ ୨୦ରୁଅଧକ ଘର ଭାଙ୍ଗିଛି ।