କାଶୀନଗର, (୧୫/୦୪) : ଆପ୍ର. : କାଶୀନଗର ଆମ୍ବେଦକର ଯୁବସେନା ପକ୍ଷରୁ ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଡକ୍ଟର ବି.ଆର. ଆମ୍ବେଦକରଂକ ଜୟନ୍ତୀ ପାଳିତ ହୋଇଯାଇଛି ।
ଏ ଉପଲକ୍ଷେ ଆୟୋଜିତ ସମାବେଶରେ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଏମ୍. ସୁଧାରାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବି ଜେ ପି ଟାଉନ୍ ସଭାପତି ଭି. ଚଲପତି, ପୂର୍ବତନ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଏସ୍ . ବୈକୁଣ୍ଠରାଓ, କାଉନ୍ସିଲର ସି. ଉର୍ବଶୀ, ଏସ୍ . ଝାନ୍ସୀଙ୍କ ସମେତ ମୂରଲୀକ୍ରିଷ୍ନା, ଏ . କୋଟି, ପି . ମୂରଲୀ , ଆଡ଼ଭୋକେଟ୍ ଏମ୍ . ପ୍ରବୀଣ କୁମାର ପ୍ରମୁଖ ଅଂଶଗ୍ରହଣ କରି ସମ୍ବିଧାନ ପ୍ରଣେତାଙ୍କ ଜୀବନ, ସଂଘର୍ଷ ଓ କାର୍ଯ୍ୟାବଳୀ ଉପରେ ଆଲୋଚନା କରିଥିଲେ । ହନୁମାନ ଜୟନ୍ତୀ ପାଳନ ଅବସରରେ ବଂଶଧାରା ନଦୀକୂଳରେ ଅବସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ହୋମଯଜ୍ଞ , ପୂଜାର୍ଚ୍ଚନା , ପ୍ରସାଦ ବଣ୍ଟନ କରା ଯାଇଥିଲା ।
ବସଷ୍ଟାଣ୍ଡ ନିକଟସ୍ଥ ରାମ ମନ୍ଦିର, ମଦନ ମୋହନ ମନ୍ଦିର, ରାଧାକାନ୍ତ ମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଓ ବହୁ ଶ୍ରଦ୍ଧାଳୁ ଭାଗ ନେଇଥିଲେ । ଗଜପତି ପାଠାଗାର ପରିସରରେ ବିଷୁବ ମିଳନର ଆୟୋଜନ କରା ଯାଇଥିଲା । ବିଜ୍ଞାପିତ ଅଂଚଳ ପରିଷଦ ଉପାଧ୍ୟକ୍ଷ ରଘୁରାମ ସାହୁ, ସମାଜସେବୀ ରବୀନ୍ଦ୍ର କୁମାର ପଣ୍ଡା, ତ୍ରିନାଥ ନାୟକ, ଗୋପୀନାଥ ପାତ୍ର, ଜଗଦୀଶ ପାତ୍ରଙ୍କ ସମେତ ସ୍ଥାନୀୟ ବହୁ ବୁଦ୍ଧିଜୀବୀ ଓ କଳା ସାହିତ୍ୟପ୍ରେମୀ ଯୋଗ ଦେଇ ବିଷୁବର ମାହାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।