32.9 C
Balāngīr
Wednesday, April 30, 2025

କାଶୀନଗରରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

Must read

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୦୨) : ସ୍ଥାନୀୟ ବାରାଣସୀ ସରକାରୀ ହାଇସ୍କୁଲ୍ ଖେଳ ପଡିଆରେ ପ୍ରେସ୍ ଏକାଦଶ ଓ ପ୍ରଶାସନ ଏକାଦଶ ଟିମ୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇ ଯାଇଛି ।

ରବିବାର ଦିନ ୧୨ ଓଭର୍ ବିଶିଷ୍ଟ ଏହି ମ୍ୟାଚ୍ ରେ ପ୍ରେସ୍ କ୍ଲବ୍ ସଭାପତି ରାଜେଶ ମିଶାଲ ପ୍ରେସ୍ ଏକାଦଶର କ୍ୟାପଟେନ୍ ଦାୟିତ୍ୱ ତୁଲାଇଥିବା ବେଳେ ତହସିଲଦାର ସୁଧୀର କୁମାର ନନ୍ଦ ପ୍ରଶାସନ ଏକାଦଶର କ୍ୟାପଟେନ୍ ରହିଥିଲେ । ଟସ୍ ଜିଣି ପ୍ରଶାସନ ଏକାଦଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ସହ ୪ ଵିକେଟ୍ ହରାଇ ୧୧୮ ରନ୍ କରିଥିଲା । ଜଗନ ବାରିକ ୨୦ ବଲ୍ ରେ ୫୩ ରନ୍ କରି ଅପରାଜେୟ ଥିଲେ . ୧୧୯ ରନ୍ ର ଲକ୍ଷ୍ୟ ହାସଲ କରିବାକୁ ଯାଇ ପ୍ରେସ୍ ଏକାଦଶ ସଂଘର୍ଷ ଜାରି ରଖିଥିବା ବେଳେ ଶେଷ ସୁଦ୍ଧା ୭ ଵିକେଟ ହରାଇ ୧୦୮ ରନ୍ ମାତ୍ର କରି ପାରିଥିଲା ।

ତେବେ ରକ୍କମ୍ ବେଣୁଗୋପାଳ ଏକାକୀ ୬୭ ରନ୍ କରିଥିଲେ । ଅଂଶୁମାନ ବେବର୍ତ୍ତା, ଟି . ରବି ପ୍ରମୁଖ ୟମ୍ପାଇରିଂ ଦାୟିତ୍ୱ ତୁଲାଇଥିବା ବେଳେ କାଶୀନଗର ଥାନା ଆଇ ଆଇ ସି ସୁନୀଲ୍ କୁମାର ବେହେରା, ସାମ୍ବାଦିକ ପି. ମୁରଲୀ ପ୍ରମୁଖ ଧାରା ବିବରଣୀ ଦେଇଥିଲେ । କାଶୀନଗର ନାଗରିକ ମହାସଭା ସଭାପତିଙ୍କ ସମେତ ବହୁ ଅଫିସର, କର୍ମଚାରୀ ସାମ୍ବାଦିକ ଓ କ୍ରିକେଟପ୍ରେମୀ ଉପସ୍ଥିତ ରହି ମ୍ୟାଚ୍ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।

- Advertisement -spot_img

More articles

- Advertisement -spot_img

Latest article

ଉପାନ୍ତ ଅଞ୍ଚଳରେ ପାନୀୟ ଜଳ କଷ୍ଟ

କୋଲନରା, (୨୯/୦୪) : ଆପ୍ର. : ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ଟିକର ପଡା ଗ୍ରାମ ଅବସ୍ଥିତ । ଗ୍ରାମରେ ମୋଟ ୪୫ ଗୋଟି ପରିବାର ରହୁଥିବା ବେଳେ ୨୧୫ ଜଣ...

ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ସ୍ମାରକ ପତ୍ ପ୍ରଦାନ

ରାୟଗଡ଼ା, (୨୯/୪) : ଆପ୍ର. : ଅଲ୍ ଓଡିଶା ଈପିଏଫ୍ ପେନସନର୍ ଆସୋସିଏସନର ଡାକରାରେ ରାୟଗଡ଼ ଜିଲ୍ଲା ଶାଖା ତରଫରୁ ଈପିଏଫ୍ ପେନସନରସ୍ ତଥା ବରିଷ୍ଠ ନାଗରିକ ମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ...

କୁମୁଲି ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କୋରାପୁଟ, (୩୦/୪) : ଆପ୍ର. : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କଟକର ବୋରିଗୁମ୍ମା ବ୍ଲକ୍ କୁମୁଲି ସର୍କଲ ଅନ୍ତର୍ଗତ ୮ ଗୋଟି କ୍ଲଷ୍ଟରର ପ୍ରାଥମିକ ଶିକ୍ଷକ ସଂଘର ଅବଧି ସଂପୂର୍ଣ୍ଣ...

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ...

ବିବେକାନନ୍ଦ ଙ୍କ ଦର୍ଶନ ଉପରେ ମାର୍ଗ ଦର୍ଶନ କଲେ ସ୍ୱାଧି କାଞ୍ଚନ ସୋମ ଅଗ୍ରୱାଲା

ସୁବର୍ଣ୍ଣପୁର, (୨୯/୦୪) ଆ.ପ୍ର : ମଙ୍ଗଳବାର ସନ୍ଧ୍ୟା ରେ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମହାନଦୀ ଯୋଗବିହାର ସୁବର୍ଣ୍ଣପୁର ଠାରେ ସ୍ୱାମୀ ବିବେକାନନ୍ଦ ଙ୍କର ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରଚାର ପ୍ରସାର ରେ...