ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୫) : କାଶୀନଗର ଅଂଚଳ ରେ ମାଟ୍ରିକ ରିଜଲ୍ଟ ୮୭.୫୩ ପ୍ରତିଶତ ।
ଆଜି ଦଶମ ଓ ଦ୍ୱାଦଶ ର ପରୀକ୍ଷା ଫଳ ବାହାରିଛି. ଏହି ପରୀକ୍ଷା ଫଳ ବାହାରିବ ପରେ କାଶୀନଗର ଠାରେ ଥିବା ବାରଣାସୀ ଉଚ୍ଚ ବିଦ୍ୟାଳୟର ୧୮୨ ଜଣ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୧୮୦ ଜଣ କୃତକାର୍ଯ୍ୟ (୯୮.୯୦%) ହୋଇଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାଗିରଥି ବେହେରେ ସୂଚନା ଦେଇଛନ୍ତି କାଶୀନଗର ବ୍ଲକ ର ଖାରଡ଼ା ଠାରେ ଥିବା ୟୁ.ଜି.ଏଚ ଅପଗ୍ରେଡ଼ ବିଦ୍ୟାଳୟର ଜି. ରୋହିତ ଦଶମ ଶ୍ରେଣୀରେ ୭୮% ମାର୍କ ରଖି କାଶୀନଗର ବ୍ଲକ ମଧ୍ୟରେ ସର୍ବାଧିକ ମାର୍କ ରଖିଥିବା କାଶୀନଗର ବ୍ଲକ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ସୂଚନା ଦେଇଛନ୍ତି ।
କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ଓ ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର ଜି.ରୋହିତ ସର୍ବାଧିକ ମାର୍କ ରଖି ପାସ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି. କାଶୀନଗର ଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରୀ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିପିକା ସାହୁ ସୂଚନା ଦେଇଛନ୍ତି ।
ସେହିପରି ଦ୍ୱାଦଶ ଶ୍ରେଣୀ ରେ ସ୍ଥାନୀୟ ଜଗନ୍ନାଥ ଆବାସିକା ମହା ବିଦ୍ୟାଳୟର ବିଜ୍ଞ୍ୟାନ ବିଭାଗ ରେ ୬୧ ଜଣରୁ ପ୍ରଥମ ଶ୍ରେଣୀରେ ୧୪ ଦ୍ଵିତୀୟ ଶ୍ରେଣୀରେ ୨୫ ଓ ଅବଶିଷ୍ଟ ତୃତୀୟ ଶ୍ରେଣୀରେ ଏହିପରି ସମସ୍ତେ ପାସ ହୋଇଛନ୍ତି. କଳା ବିଭାଗ ରେ ୨୪ ଜଣରୁ ୨୪ ଜଣ ପାସ ଏହିପରି ଶତ ପ୍ରତିଶତ ରେଜଲ୍ଟ ଆସିଥିବା କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି. ଶ୍ରୀରାମ ଯୁକ୍ତ ଦୁଇ କଲେଜର ରେଜଲ୍ଟ ବର୍ତମାନ ଯାଏଁ ଅଧ୍ୟକ୍ଷ ସୂଚନା ଦେଇ ନାହାନ୍ତି. ସେହି କଲେଜର ଛାତ୍ର ଛାତ୍ରୀମାନେ କଲେଜର ଫଳାଫଳ ନୈରାଶ ଜନକ ହୋଇଛି ବୋଲି ବାର୍ତାଳାପ ହେଉଥିବା ସୂଚନା ହସ୍ତଗତ ହୋଇଛି ।