କାଶୀନଗର, (୨୪/୦୪) : (ଆପ୍ର.) : କାଶୀନଗର ତହସିଲ ରେ ବିନା ହାତ ଗୁଂଜା ଓ ଆଗ ପଛ ରେ କାର୍ଯ୍ୟ ଚାଲିଛି ବୋଲି ଜନ ସାଧାରଣ ଅଭିଯୋଗ କରିଛନ୍ତି ।
ଦୀର୍ଘ ଦୁଇ ଦଶନ୍ଧି ହେଲା ଗଜପତି ଜିଲ୍ଲା ର କାଶୀନଗର ଠାରେ ତହସିଲ ପ୍ରତିଷ୍ଠା ହୋଇଛି । ଏଠାରେ ଖଣ୍ଡବା, ଲକ୍ଷ୍ମୀ ପୁର, ହାଡୁଭାଙ୍ଗି, କେ ସୀତାପୁର, ଓ ରାଣୀପେଣ୍ଠ ଆର ଆଇ ସର୍କଲ ରହିଛି । ହେଲେ ଦିମାରଜକ ସନ, ଜାତି ସାର୍ଟିଫିକେଟ, ବାସ ସାର୍ଟିଫିକେଟ ଇତ୍ୟାଦି କାମ ଅତି ମନ୍ଥର ଗତି ରେ ଚାଲୁଛି ବୋଲି ଅଭିଯୋଗ ହୋଇଛି । ଜାନୁଆରୀ ମାସ ରେ ଜଣେ ବ୍ୟକ୍ତି ଦିମାରଜେସନ ଆବେଦନ କରିଥିଲେ ସୁଧା ତାର ପଛ ବ୍ୟକ୍ତି ର କାମ ହେଉଛି ।
ଏଠାରେ ଜଣେ ତହସିଲଦାର ଓ ଜଣେ ଅତିରିକ୍ତ ତହସିଲଦାର ରୁହନ୍ତି । ଲୋକେ ବାରମ୍ବାର ଅଫିସ ଦୌଡ଼ି ନୟାନ୍ତ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଏଠି କୌଣସି ସର୍କଲ ନ ଥିବା ମନେ ହେଉଛି । ସର୍କଲ ସ୍ତର ରେ ଆର ଆଇ ମନେ ଟ୍ରେସ ମ୍ୟାପ, ରିପୋର୍ଟ ତଳବ, ସରି ହଦ ଚି଼ହ୍ନଟ ସବୁ ପାଇଁ ହାତ ଗୁଂଜା ର ଆବଶ୍ୟକ ପଡୁଛି । ଏଣୁ ଅଫିସ ସ୍ତର ରେ କାର୍ଯ୍ୟ ଦକ୍ଷତା ଥିବା ବ୍ୟକ୍ତି ଙ୍କୁ ଦାୟିତ୍ୱ ଦେବାକୁ ସାଧାରଣ ରେ ଦାବୀ ହେଉଛି ।