ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧/୩) : ଗତ କାଲି କାଶୀନଗର ପଞ୍ଚାୟତ ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି ।
କାଶୀନଗର ବ୍ଲକ ର ସଦଭାବନା ଗୃହରେ ଅନୁଷ୍ଠିତ ଏହି ବୈଠକ ରେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାଵରା ତିରୁପତି ରାଓ ବ୍ଲକ ଅଧ୍ୟାକ୍ଷା ବାଲା ସାୟାମ୍ମା, ଉପାଧ୍ୟକ୍ଷ ଏସ. କଲ୍ୟାଣୀ, ବିଡ଼ିଓ ଦମ୍ବୁରୁଧର ମଲିକ, ସହକାରୀ ଯନ୍ତ୍ରୀ ରଜତ ପାଢ଼ୀ ଓ ସମସ୍ତ ଲାଇନ ବିଭାଗ ର କର୍ମଚାରୀ ଯୋଗ ଦେଇଥିଲେ । ଆମ ଗାଁ ଆମ ବିକାଶ ନିମନ୍ତେ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ଏହା ବ୍ୟତୀତ ଷ୍ଟାପ ଘର ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲା । ମିଶନ କଫେ ଉଦଘାଟିତ ହୋଇଥିଲା, ହାଇସ୍କୁଲ ଠାରେ ବିଧାୟକ ଦୁଇଟି ଅତିରିକ୍ତ କଠୋରୀ ଉଦଘାଟନ କରିଥିଲେ ।