32.9 C
Balāngīr
Tuesday, May 13, 2025

କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାଉନସିଲ ବୈଠକ ଅନୁଷ୍ଠିତ

Must read

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

କାଶୀନଗର, (୨୯/୪) : ଆପ୍ର. : ଗଜପତି ଜିଲ୍ଲାରେ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅସ୍ଥାୟୀ କାର୍ଯ୍ୟାଳୟ ସଭାଗୃହ ଠାରେ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏନ୍ଏସି ଅଧ୍ୟକ୍ଷା ଏମ. ସୁଧାରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ, ନିର୍ବାହୀ ଅଧିକାରୀ ଭାଗବତ ସାହୁ, ତହସିଲଦାର ସୁଧୀର କୁମାର ନନ୍ଦ, ଏମଇ ରଜତ କୁମାର ପାଢ଼ୀ, ପାରଳା ବିଧାୟକ ପ୍ରତିନିଧି କେ ଆପ୍ପା ରାଓ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ସିଇଓ ଉଜ୍ଜଲତା ସ୍ଵାଲସିଂ। ଏହା ସହ ସ୍ଥାନୀୟ ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀ ଉପସ୍ଥିତ ହୋଇଥିଲେ । ମର୍ସ ପ୍ଲାନିଗ ଓ ଇଂଜିନିୟର ସର୍ଭିସ୍ ବେସରକାରୀ ସଂସ୍ଥା ପକ୍ଷରୁ ଟାଉନ ପ୍ଲାନିଂ ଉପରେ ବିବରଣୀ ଦେଇଥିଲେ ରଞ୍ଜନ ମଲ୍ଲିକ। ପରେ ଉପସ୍ଥିତ କାଉନସିଲର ସ୍ଥାନୀୟ ଅଞ୍ଚଳର ରାସ୍ତା ଅବ୍ୟବସ୍ଥା, ବଜାର ଅଞ୍ଚଳରେ ଅସାମାଜିକ କାର୍ଯ୍ୟକ୍ରମ, କାଶୀନଗର ଠାରେ ଟ୍ରାଫିକ ସମସ୍ୟା, ଅପବ୍ୟବହାରକୁ ନେଇ ଫାଇନ ଆଦାୟ କରିବା, ବସଷ୍ଟାଣ୍ଡ ପାଇଁ ଭିତ୍ତିଭୂମି ସ୍ଥାପନ କରିବା, ସ୍ଥାୟୀ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ନିର୍ମାଣ, ପାଣି ଯୋଗାଣ ଅବ୍ୟବସ୍ଥା ଓ ଶୌଚାଳୟ ବ୍ୟବସ୍ଥା ଠପ୍ ରହିଥିବା ନେଇ ମୁଖ୍ୟତଃ ଆଲୋଚନା କରାଯାଇଥିଲା ।

ପରେ ଗେଇଲ ଗ୍ୟାସ କମ୍ପାନୀ ତରଫରୁ ଆଗାମୀ ଦିନରେ ଘରେ ଘରେ ରନ୍ଧନ ଗ୍ୟାସ ଉପଯୋଗୀ ହେଇପାରିବ ସେନେଇ ବିବରଣୀ କରିଥିଲେ ଉକ୍ତ ସଂସ୍ଥାର ସବ୍ ମ୍ୟାନେଜର ସୁଶାନ୍ତ ବେହେରା। କମ ଖର୍ଚ୍ଚରେ ସହ ସେଫ୍ଟି ଉପରେ କିପରି ଲୋକେ ସୁବିଧା ହେବେ ଉକ୍ତ ଗ୍ୟାସ ବ୍ୟବହାର ନେଇ ସେ ବିଷୟରେ ଆଲୋଚନା କରାଯାଇଥିଲା।

ନିୟମିତ ସହ କାର୍ଯ୍ୟ କରିବା ଓ ସରକାରଙ୍କ ପ୍ରତ୍ୟେକ ପ୍ରକଳ୍ପ ଓ ଯୋଜନା ଜନସାଧାରଣଙ୍କ ସହଯୋଗ ହେଇ ପାରିବ ସେ ନେଇ ପ୍ରତ୍ୟେକ ସରକାରୀ କର୍ମଚାରୀ, ଜନପ୍ରତିନିଧି ମାନେ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ସମସ୍ୟା ଗୁଡ଼ିକ କିପରି ସମାଧାନ କରାଯିବ ସେ ନେଇ ଅତିଶିଗ୍ର ପଦକ୍ଷେପ ନେବେ ବୋଲି କହିଥିଲେ ଅଧ୍ୟକ୍ଷା। ଉକ୍ତ ବୈଠକରେ ସମସ୍ତ କାଉନସିଲର ସହ ଏନଏସି କର୍ମଚାରୀ ମାନେ ଉପସ୍ଥିତ ହୋଇଥିଲେ।

- Advertisement -spot_img

More articles

Leave a Reply

- Advertisement -spot_img

Latest article

ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ, ବାଜି ମାରିନେଲେ ଝିଅ

ଭୁବନେଶ୍ୱର, (୧୩/୦୫) : ଆପ୍ର. : ଚଳିତ ବର୍ଷର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯...

ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ

କରଞ୍ଜିଆ, (୧୩/୦୫) : ଆପ୍ର. : କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ପଛ ପଟେ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ଓଲଟି ପଡିଛି ଶିବ...

ମଦ ନେଲା ଜୀବନ, ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ

ମାଲକାନଗିରି, (୧୩/୦୫) : ଆପ୍ର. : ମଦ ନେଲା ୩ ଜୀବନ । ଭିଣୋଇ ମାଡ଼ରେ ୩ ଶଳାଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମୃତକ ହେଲେ...

କସ୍ତୁରବା ସବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ନର୍ସ ଦିବସ ପାଳନ

ପୁରୁଷୋତ୍ତମପୁର, (୧୩/୦୫) : ଆପ୍ର. : କସ୍ତୁରବା ସେବିକା ମହାବିଦ୍ୟାଳୟ ରେ ଆନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଛି । କଥା ରେ ଅଛି ମାନବ ସେବା ହିଁ ନରାୟଣ ସେବା, ଏହି ପରିପ୍ରେକ୍ଷୀରେ...

ଅଙ୍ଗଦାନ କରି ଅମର ହୋଇଗଲେ ଆଦିବାସୀ ଯୁବକ

ଗୁଣପୁର, (୧୩/୫) : ଆପ୍ର. : କଥାରେ ଅଛି ମଣିଷ ଜୀବନ ପାଣି ଫୋଟକା । ଖୁସିରେ ଘରୁ ବାହାରି ଥିଲେ କିନ୍ତୁ ବିଧାତାର ଲେଖା ଅଲଗା ଥିଲା, ଦୂର୍ଘଟଣାର ଶିକାର ହେଲେ...