କାଶୀନଗର, (୧୦/୬) : ଆପ୍ର. : ଆଜି ପୂର୍ବ ସୂଚନା ମୁତାବକ କାଶୀନଗର ବ୍ଲକ ର ସଦଭାବନା ଗୃହ ରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା, କିନ୍ତୁ ସଭ୍ୟ ସଭ୍ୟା ମାନେ (ବିଜେଡ଼ି) ସମର୍ଥିତ ଗୃହ ରୁ ୱାକ ଆଉଟ କରିଥିବା ଜଣା ପଡିଛି ।
ଆଜି ପୂର୍ବ ରୁ ସୂଚିତ ପ୍ରକାରେ ବିଡ଼ିଓ ଦମ୍ବୁରୁଧର ମଲିକ ସୂଚନା ଦେଇଥିଲେ କି ଆଜି ଦଶମ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାୟୀ ସଭାପତି ବ୍ଲକ ଅଧ୍ୟାକ୍ଷା ଵାଲା ସାୟାମ୍ମା ଅଧ୍ୟକ୍ଷତା କରିଥିଲେ । ଏହି ବୈଠକ ରେ ପୂର୍ବ ବୈଠକ ର ନିର୍ଧାରଣ ପାଠ କରାଯାଇଥିଲା । ବିକଶିତ ଗାଁ ଓ ବିକଶିତ ଓଡିଶା ପାଇଁ 2025-2026 ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତାବ ଆଗତ ଓ ମଂଜୁର ହୋଇଥାନ୍ତା, କିନ୍ତୁ ବ୍ଲକ ର ଶାସକ ଦଳ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କ ଅଭିଯୋଗ ହେଲା କି ସେମାନେ ଯେଉଁ ପ୍ରସ୍ତାବ ଦେଉଛନ୍ତି ଜିଲ୍ଲା ସ୍ତର ରେ ମଂଜୁର ହେଲା ବେଳକୁ ବଦଳି ଯାଉଛି ଏଣୁ ଏହି ସଭା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରତିବାଦ କରି ବୈଠକ ରୁ ୱାକ ଆଉଟ କରିଥିଲେ, ଯାହାଫଳରେ ଏନଏଜ ବିଭାଗ ର ଚର୍ଚା ବନ୍ଦ ହୋଇ ଯାଇଥିଲା ।
ଆଗାମୀ ମ୍ପସୁମୀ ଦିନ ପାଇଁ ବିଭିନ୍ନ ବିଭାଗର ମୁଖ୍ୟବାନ ପ୍ରସ୍ତାବ ଆଲୋଚନା ହୋଇଥାନ୍ତା । ବିଧାୟକ, ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହି ବୈଠକକୁ ଆସି ନ ଥିଲେ, ସାଂସଦ ଙ୍କ ବ୍ଲକ ପ୍ରତିନିଧି ରକମ ସତୀଶ ଙ୍କ ପାଇଁ ଡାଏସ ରେ ସ୍ଥାନ ଦେଇ ନ ଥିବାରୁ ସେ ତକେ ବସି ଏହାର ପ୍ରତିବାଦ କରିଥିଲେ, ଏହାପରେ ଆଲୋଚନା ଅରମ୍ଭ ହୋଇଥିବା ବେଳେ ବ୍ଲକ ର ଶାସକ ଦଳ ବିଜେଡ଼ି ଆଲୋଚନା ନ କରି ବୈଠକ କୁ ବର୍ଜନ କରି ଚାଲି ଯାଇଥିଲେ ।