କାଶୀନଗର, (୧୪/୫) : ଆପ୍ର. : କାଶୀନଗର ସହର ଓ ଏହାର ଆଖ ପାଖରେ ସାଢେ ୨ ଟା ବେଳେ ଏକ ବଡ଼ ଧରଣ ର ଝଡ଼ ପବନ ବୋହିଥିଲା ।
ସହର ସାରା ମେଘ ଆଚ୍ଛାଦିତ ହୋଇ କାଳବୈଶାଖୀ ର ପ୍ରଭାବ ରେ ଗଛ ପତ୍ର ଉଡି ଘଣ୍ଟାକୁ ୬୦/୮୦ କିମି ବେଗରେ ପବନ ଓ ବର୍ଷା ଆରମ୍ଭ ହୋଇଯାଥିଲା । ଲୋକେ ଆତଙ୍କିତ ଅବସ୍ଥା ରେ ଘରେ ଆଶ୍ରୟ ନେଇଥିଲେ । ପ୍ରବଳ ଗୁଳିଗୁଳି ସାଙ୍ଗକୁ ପ୍ରବଳ ଗରମ ରେ ଲୋକେ ଆଇଟୁ ପାଉଟୁ ହେଉଥିବା ବେଳେ ସ୍ୱଳ୍ପ ବର୍ଷା ପାଗ କୁ ପରିବର୍ତନ କରିଦେଲା । ରାସ୍ତା ପାର୍ଶ୍ଵ ର ଗଛ ପତ୍ର ପଡ଼ିଥିବା ଖବର ହସ୍ତଗତ ହୋଇଛି ।